ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦିଲ୍ଲୀ ପୁଲିସର ଏକ ଫଟୋ ଭଇରାଲ ହୋଇଛି। ଫଟୋରେ ଜଣେ ମହିଳା ପୁଲିସ ଭ୍ୟାନ୍ରେ ବସି ଥିବାର ଓ ଦୁଇଜଣ ପୁଲିସ ବାହାରେ ଛିଡା ହୋଇଥିବାର ନଜର ଆସୁଛନ୍ତି।
/sambad/media/post_attachments/wp-content/uploads/2018/01/948b6a2e-f522-11e7-9cc5-99c3d5c09a90-300x185.jpg)
ଏହି ଫଟୋକୁ ପ୍ରଥମେ ଜାନୁଆରି ୯ ତାରିଖରେ ଫେସ୍ବୁକ୍ରେ ପୋଷ୍ଟ କରାଯାଇଥିଲା। ଏହାକୁ ଫେସ୍ବୁକ୍ ବ୍ୟବହାରକାରୀ ବିନୟ ତ୍ରୀବେଦି ସେୟାର କରିଥିଲେ। ସେ ଏହି ପୋଷ୍ଟ ସେୟାର କରି ଲେଖିଥିଲେ, ଜଣେ ମହିଳା ଇଣ୍ଡିଆ ଗେଟ ବୁଲିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ପିଲା ଖିର ଖାଇବ ବୋଲି କାନ୍ଦିଥିଲା। ସେ ପିଲାକୁ ଖିର ପିଏଇବା ପାଇଁ ବ୍ୟାକୁଳ ହୋଇ ଉପଯୁକ୍ତ ସ୍ଥାନ ଖୋଜିବାରେ ଲାଗିଥିଲେ। ଭିଡ ଅଧିକ ଥିବାରୁ ଖିର ପିଏଇବା ପାଇଁ ସ୍ଥାନ ସେ ପାଉ ନଥିଲେ। ମହିଳା ପୁଲିସକୁ ଗୁହାରି କରି ତାଙ୍କ ଅସୁବିଧା କହିବାପରେ ସଙ୍ଗେସଙ୍ଗେ ପୁଲିସ ତାଙ୍କ ଭ୍ୟାନ୍ରେ ମହିଳାଙ୍କୁ ବସିବାକୁ ଦେଇଥିଲେ।
ତେବେ ଏହି ଘଟଣା ସମ୍ପର୍କରେ ଦିଲ୍ଲୀ ପୁଲିସର ଏଏସଆଇ ରାମ କୁମାରଙ୍କ କହିବାନୁସାରେ, ‘ଆମର ଭ୍ୟାନ୍ ଇଣ୍ଡିଆ ଗ୍ୟାଟ ସମ୍ମୁଖରେ ଛିଡା ହୋଇଥିଲା। ଏହି ସମୟରେ ଜଣେ ମହିଳା ଶିଶୁକୁ ଧରି ଆମର ସାହାଯ୍ୟ ଚାହାନ୍ତି ବୋଲି କହିଥିଲେ। ସେ ତାଙ୍କ ଶିଶୁକୁ ଭ୍ୟାନ୍ରେ ବସି ଖିର ପିଏଇବାକୁ ଚାହୁଁଥିଲେ। କାରଣ ତାଙ୍କୁ ସେଠାରେ ଶିଶୁକୁ ଖିର ପିଏଇବା ପାଇଁ ଉପଯୁକ୍ତ ସ୍ଥାନ ମିଳି ନଥିଲା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/delhi-police-620x400.jpg)