୪୦ ମିନିଟରେ ବିଶାଳ ଦୋସା ଖାଇଲେ ଗ୍ରାହକଙ୍କୁ ମିଳିବ ୭୧ହଜାର ଟଙ୍କା

ନୂଆଦିଲ୍ଲୀ: ଦୋସା ହେଉଛି ଏକ ଦକ୍ଷିଣ ଭାରତୀୟ ଖାଦ୍ୟ। ଯାହାକୁ ଖାଇବାକୁ ଦେଶର ପ୍ରାୟ ଲୋକ ପସନ୍ଦ କରନ୍ତି । ବିଦେଶରେ ମଧ୍ୟ ଦୋସା ଲୋକଙ୍କର ଏକ ପ୍ରିୟ ଖାଦ୍ୟ ହୋଇଗଲାଣି। ଦେଶର ସମସ୍ତ ସହରରେ ଦୋସା ସେଣ୍ଟର ଖୋଲିଗଲାଣି। ବିଶେଷକରି ଦିଲ୍ଲୀର ପ୍ରତ୍ୟେକ କୋଣରେ ଦୋସାର ଅନେକ ପଏଣ୍ଟ ଖୋଲିଗଲାଣି। ଯେଉଁଠାରେ ଆପଣ ୪୦ ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଦୋସା ଖାଇବାକୁ ପାଇବେ।

ଦିଲ୍ଲୀରେ ଏପରି ଏକ ରେସ୍ତୋରାଁ ଅଛି, ଯେଉଁଠାରେ ସ୍ବତନ୍ତ୍ର ଦୋସା ତିଆରି କରାଯାଉଛି। ଏହି ଦୋସାକୁ ସମ୍ପୂର୍ଣ୍ଣ ଭାବେ ଯେଉଁ ଗ୍ରାହକ ଖାଇ ଦେବ ତାଙ୍କୁ ୭୧,୦୦୦ ଟଙ୍କା ମିଳିବ । ଏହି ଦୋସାର ଦୈର୍ଘ୍ୟ ୧୦ ଫୁଟ ରହିଛି।

ତେବେ ୭୧,୦୦୦ଟଙ୍କା ପାଇବାକୁ ହେଲେ ଦିଲ୍ଲୀର ଉତ୍ତର ନଗରର ସ୍ବାମୀସାଗର ରେସ୍ତୋରାଁକୁ ଯିବାକୁ ପଡିବ। ଏହି ରେସ୍ତୋରାଁ ସମଗ୍ର ଅଞ୍ଚଳରେ ବହୁତ ପ୍ରସିଦ୍ଧ ।

ଏହି ରେସ୍ତୋରାଁର ମାଲିକ ଶେଖର କୁମାର କହିଛନ୍ତି ଯେ ବର୍ତ୍ତମାନ ଆମ ରେସ୍ତୋରାଁରେ ଏକ ବିଶେଷ ଦୋସା ଚ୍ୟାଲେଞ୍ଜ ଚାଲିଛି। ଏହି ଚ୍ୟାଲେଞ୍ଜରେ ଯିଏ ୪୦ ମିନିଟରେ ୧୦ ଫୁଟ ଲମ୍ବା ଦୋସା ଖାଇ ଶେଷ କରିବ ତାଙ୍କୁ ରେସ୍ତୋରାଁ ପକ୍ଷରୁ ୭୧ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବ। ଏହି ଅନନ୍ୟ ଚ୍ୟାଲେଞ୍ଜ ଗ୍ରାହକଙ୍କୁ ଆମ ରେସ୍ତୋରାଁ ପ୍ରତି ଆକର୍ଷିତ କରିଥାଏ ।

ଶେଖର କୁମାର କହିଛନ୍ତି ଯେ ସେ ପୂର୍ବରୁ ଛୋଟ ଦୋସା ତିଆରି କରୁଥିଲେ, କିନ୍ତୁ ତା’ପରେ ସେ ଗ୍ରାହକଙ୍କ ପାଇଁ ବଡ଼ ଦୋସା ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ୨୫ରୁ ୨୬ ଜଣ ଲୋକ ଏହି ଚ୍ୟାଲେଞ୍ଜରେ ଭାଗ ନେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେହି ଏହି ଚ୍ୟାଲେଞ୍ଜ ଜିତିବାରେ ସଫଳ ହୋଇ ନାହାଁନ୍ତି।

ସମ୍ବନ୍ଧିତ ଖବର