ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ପ୍ରେମିକା କରିବା ପାଇଁ ଏକାଦଶ ଶ୍ରେଣୀ ଛାତ୍ର ଦେଇଥିବା ଅଜବ ପ୍ରସ୍ତାବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଜଣକ ମେସେଜର ସ୍କ୍ରିନସଟ ନେଇ ଟୁଇଟ କରିବା ପରେ ଏବେ ମେସେଜର ସ୍କ୍ରିନସଟଟି ଟୁଇଟରରେ ଭାଇରାଲ ହେବାରେ ଲାଗିଛି। ଜଣେ ଏକାଦଶ ଶ୍ରେଣୀ ଛାତ୍ରଠାରୁ ଏଭଳି ପ୍ରସ୍ତାବ ପାଇ ମହିଳାଜଣଙ୍କ ଦୟାକରି ଶୀଘ୍ର ସ୍କୁଲ ଖୋଲନ୍ତୁ ବୋଲି ନିଜ ଟୁଇଟର କ୍ୟାପସନରେ ଲେଖିଛନ୍ତି। ଟୁଇଟ କରିଥିବା ମହିଳାଜଣକ ନାଁ ହେଲା ଆଣ୍ଟି ପିଜିଅନ।
ଟୁଇଟ କରାଯାଇଥିବା ସ୍କ୍ରିନସଟରେ ଦେଖିବାକୁ ମିଳିଛି ଯେ, ଛାତ୍ରଜଣକ ଆଣ୍ଟି ପିଜିଅନଙ୍କ ସୁନ୍ଦରତାର ପ୍ରଶଂସା କରି ତାଙ୍କୁ ନିଜ ପ୍ରେମିକା ବନିଯିବାକୁ ପ୍ରସ୍ତାବ ଦେଇଛନ୍ତି। ମେସେଜରେ ଛାତ୍ରଜଣକ ଲେଖିଛନ୍ତି, ମୁଁ ଦିଲ୍ଲୀରେ ରହୁଛି ଏବଂ ବର୍ତ୍ତମାନ ଏକାଦଶରେ ପଢ଼ୁଛି। ତୁମେ ଅତି ସୁନ୍ଦର, ତୁମେ ମୋର ପ୍ରେମିକା ହେବ କି? ମୋ ବାପାଙ୍କର ଏଠାରେ ଏକ ବଡ଼ ସିପିଂ ବ୍ୟବସାୟ ଅଛି। ମୁଁ ତୁମ ପାଇଁ କିଛି ବି କରିପାରିବି। ଦୟାକରି… ଦୟାକରି… ମୋର ପ୍ରେମିକା ହୁଅ। ଛାତ୍ରଙ୍କ ଏଭଳି ମେସେଜ ଦେଖି ଏହାକୁ ଟୁଇଟ କରିବା ସହ ଦୟାକରି ଶୀଘ୍ର ସ୍କୁଲ ଖୋଲନ୍ତୁ ବୋଲି ଲେଖିଛନ୍ତି ଆଣ୍ଟି ପିଜିଅନ।
ହେଲେ ତାଙ୍କ ଟୁଇଟ ପରେ ଟୁଇଟର ବ୍ୟବହାରକାରୀ ଛାତ୍ରଙ୍କୁ ଥଟ୍ଟା କରିବା ପରେ ଛାତ୍ରଙ୍କୁ ସମର୍ଥନ କରି ଆଣ୍ଟି ପିଜିଅନ ଆଉ ଏକ ଟୁଇଟ କରିଛନ୍ତି। ସେଥିରେ ଲେଖାଯାଇଛି ଯେ, ମୋତେ ଏହା ଖରାପ ନୁହେଁ, ମଜାଳିଆ ଲାଗିଲା। କାରଣ ତାଙ୍କ ପିତାଙ୍କ ସିପିଂ ବ୍ୟବସାୟ ଆଧାରରେ ଜଣେ ଛାତ୍ର ମୋତେ ଏପରି ବାର୍ତ୍ତା ପଠାଉଛି।