ନୂଆଦିଲ୍ଲୀ: କେବେ କେବେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହ ଏକଦମ୍ ମାନ୍ଦାଳିଆ ହୋଇପଡ଼େ। ପାଠ ପଢ଼ିବା ତ ଦୂରର କଥା, ସେଠାରେ ଉପସ୍ଥିତ ରହିବାକୁ ବି ଇଚ୍ଛା ହୁଏ ନାହିଁ। ମାତ୍ର ଶିକ୍ଷକ ଯଦି ମଜାଳିଆ ସ୍ବଭାବର ହୋଇଥାନ୍ତି ତାହାଲେ ତ କଥା ଅଲଗା ପ୍ରକାରର ହୁଏ।
ଆଜି ଆମେ ଜଣେ ମଜାଳିଆ ଶିକ୍ଷୟିତ୍ରୀଙ୍କ ଉଦାହରଣ ନେବୁ। ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ମାନୁ ଗୁଲାଟି। ସେ ଦିଲ୍ଲୀର ଏକ ସରକାରୀ ସ୍କୁଲ୍ର ଇଂରାଜୀ ଶିକ୍ଷୟିତ୍ରୀ। ସେ ନିଜର ନୃତ୍ୟ ଦକ୍ଷତାରେ ପିଲାଙ୍କ ପାଇଁ ଶ୍ରେଣୀ କକ୍ଷକୁ ଟିକେ ରୋମାଞ୍ଚକର କରି ଦେଇଛନ୍ତି।
Students love to be teachers. They love role reversal.
“मैम आप भी करो। मैं सिखाऊंगी।”English lang teaching followed by some Haryanvi music- A glimpse of the fag end of our school day.☺️💕#MyStudentsMyPride #DelhiGovtSchool pic.twitter.com/JY4v7glUnr
— Manu Gulati (@ManuGulati11) April 25, 2022
ମାନୁ ଗୁଲାତି ନିଜ ଛାତ୍ରୀଙ୍କ ସହ ନାଚୁଥିବାର ଏକ ଭିଡିଓକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି। କୁନି ଝିଅଟି ନାଚୁଥିବା ବେଳେ ଶିକ୍ଷୟିତ୍ରୀ ତାଙ୍କୁ ଅନୁକରଣ କରି ନାଚୁଛନ୍ତି। ଅନ୍ୟ ଛାତ୍ରୀମାନେ ତାଳି ମାରି ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଛି।
ଏହି ଭିଡିଓଟି ଟ୍ବିଟ୍ରରେ ପୋଷ୍ଟ୍ ହେବା ପରେ ୬୦ ହଜାର ଭିୟୁ ହୋଇ ସାରିଲାଣି। ଶିକ୍ଷୟିତ୍ରୀଙ୍କର ଛାତ୍ରୀମାନଙ୍କ ସହ ଏପରି ଘନିଷ୍ଠିତାକୁ ଟ୍ବିଟର୍ ବ୍ୟବହାରକାରୀମାନେ ବେଶ୍ ପସନ୍ଦ କରିଛନ୍ତି ଓ ପ୍ରଶଂସା ମଧ୍ୟ କରିଛନ୍ତି। କିଛି ଲୋକ ଶିକ୍ଷୟିତ୍ରୀ ମାନୁଙ୍କୁ ‘ତାରେ ଜମିନ୍ ପର୍’ ଚଳଚ୍ଚିତ୍ରର ଆମୀର ଖାନଙ୍କ ସହ ତୁଳନା କରିଛନ୍ତି।