ନୂଆଦିଲ୍ଳୀ: ନୂଆଦିଲ୍ଲୀରେ ଜଣେ କୋରୀୟ ନାଗରିକଙ୍କଠାରୁ ଜଣେ ଟ୍ରାଫିକ ପୁଲିସ୍ ବିନା ରସିଦରେ ଜରିମାନା ଆଦାୟ କରିବା ଘଟଣାକୁ କଟାକ୍ଷ କରିଛି ସେଠାକାର ଏକ ୟୁଟ୍ୟୁବ୍ ଚାନେଲ୍। ଏହି ଘଟଣା ଘଟିବା ପରେ ଏକ କୋରୀୟ ୟୁଟ୍ୟୁବ୍ ଚାନେଲ ଏହାର ପ୍ରସାରଣ କରିଥିଲା। ଏହାର ଭିଡିଓ ‘ଫିଟ୍ଭେଲି’ ନାମକ କୋରିଆର ଜାତୀୟ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ୍ କରାଯାଇଛି। କ୍ୟାପସନରେ ଲେଖାଯାଇଛି,‘ମୋତେ ଟଙ୍କା ଦିଅ! କାରଣ ଭାରତରେ ଆପଣ ଗାଡ଼ି ଚଳାଇ ପାରିବେ ନାହିଁ’। ଚ୍ୟାନେଲ୍ରେ ନିଉଜ୍ଟି ପୋଷ୍ଟ୍ ହେବା ପରେ ଏବେ ସୁଦ୍ଧା ୧.୩୪ ମିଲିୟନ୍ ଭିୟୁ ହୋଇ ସାରିଲାଣି।’
ସୂଚନା ଅନୁସାରେ ଜଣେ କୋରୀୟ ନାଗରିକଙ୍କୁ ବିନା ରହିଦରେ ଜରିମାନା ଲଗାଇବା ଦିଲ୍ଲୀର ଟ୍ରାଫିକ୍ ପୁଲିସ୍ ଉପରେ ଭାରୀ ପଡ଼ିଛି। କୋରିଆନ୍ ଡ୍ରାଇଭର୍ଙ୍କୁ ରସିଦ ନ ଦେଇ ୫,୦୦୦ ଟଙ୍କା ଜରିମାନା କରିଥିବା ଟ୍ରାଫିକ୍ ପୁଲିସ୍ ଅଧିକାରୀଙ୍କୁ ନିୟମ ଉଲ୍ଲଂଘନ କରିଥିବାରୁ ନିଲମ୍ବନ କରିଛି ଦିଲ୍ଲୀ ପୁଲିସ୍।
ଏହି ଘଟଣା ଶନିବାରର । ଟ୍ରାଫିକ୍ ପୁଲିସ୍ ଅଧିକାରୀ ଜଣକ କୋରିଆନ୍ ଚାଳକଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଗ୍ରହଣ କରୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଦିଲ୍ଳୀ ପୁଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
https://t.co/GVY9mLhSNy
At 21:40 the traffic police officer named "Mahesh Chand" a corrupted one didn't even give receipt to this foreigner and took Rs 5000 as fine.Please take some action against all of them. @dtptraffic@ArvindKejriwal@CPDelhi@narendramodi@nitin_gadkaripic.twitter.com/kiTH8T8vfH— Priya (@Miracle2204) July 20, 2023
ଭିଡିଓରେ ଦେଖିବାକୁ ମିଳିଛି ଯେ, ମହେଶ ଚାନ୍ଦ ନାମକ ଟ୍ରାଫିକ ପୁଲିସ୍ ରଙ୍ଗ୍ ରୁଟ୍ ବା ଭୁଲ୍ ମାର୍ଗର ଗାଡ଼ି ଚଳାଉଥିବା ଜଣେ କୋରିଆନ୍ ଚାଳକଙ୍କୁ ୫୦୦୦ ଟଙ୍କାର ଜରିମାନା ମାଗିଥିଲେ। ଏହା ପରେ ବ୍ୟକ୍ତି ଜଣକ ପୁଲିସ୍ କର୍ମଚାରୀଙ୍କୁ ୫୦୦ ଟଙ୍କା ପ୍ରଦାନ କରିଥିଲେ। ତାପରେ ଟ୍ରାଫିକ୍ ପୁଲିସ୍ ତାଙ୍କୁ ୫୦୦, ନୁହେଁ ୫୦୦୦ ଟଙ୍କା ଦେବାକୁ କହିଥିଲେ। କୋରିଆନ୍ ବ୍ୟକ୍ତି ଜଣକ ଟଙ୍କା ଦେବା ପରେ ବିନା ରସିଦରେ ଟ୍ରାଫିକ୍ ପୁଲିସ୍ ତାଙ୍କ ସହ ହାତ ମିଳାଇ ତାଙ୍କୁ ଯିବାକୁ କହିଥିଲେ।