ନୂଆଦିଲ୍ଲୀ: ସ୍କୁଟି ଚଲାଉଥିବା ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିନା ହେଲମେଟରେ ସ୍କୁଟି ଚଲାଉଥିବାର ଭିଡିଓ ଉକ୍ତ ଯୁବତୀ ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ି ଯାଇଛି।

Advertisment

ଏହି ଭିଡିଓ ଟ୍ରାଫିକ ପୁଲିସ ନଜରରେ ପଡ଼ିବା ପରେ ସେ ଉକ୍ତ ସ୍କୁଟି ନମ୍ବରରୁ  ଯୁବତୀଙ୍କ ସୂଚନା ପାଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା କି ଉକ୍ତ ଯୁବତୀଙ୍କ ପାଖ‌ରେ ଡ୍ରାଇଭିଂ ଲାଇସେନ୍ସ ବି ନଥିଲା। ଏହି ସବୁକୁ ‌ନେଇ ଗାଡ଼ି ମାଲିକଙ୍କ ବିରୋଧରେ ୬୦୦୦ଟଙ୍କାର ଚାଲାଣ କାଟିଛି ପୁଲିସ। ଟ୍ରାଫିକ ନିୟମ ପାଳନ କରିବାକୁ ନେଇ ପୁଲିସ ଏକ ଭିଡିଓ ବି ସେୟାର କରିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଲେହେଙ୍ଗା ଓ ନେକଲେସ ସମେତ ଅଳଙ୍କାର ପିନ୍ଧି ଯୁବତୀ ଜଣକ ସ୍କୁଟି ଚଲାଉଥିଲେ।  ଏଥିସହିତ ଭିଡିଓ ବ୍ୟାକଗ୍ରାଉଣ୍ଡରେ ବଲିଉଡ ଗୀତ ‘ସଜନା ଜି ବାରି ବାରି’ ବି ବାଜୁଥିବା ଶୁଣିବାକୁ ମିଳୁଛି।

ଏଥିସହିତ ତାଙ୍କ ଗାଡ଼ି ପାଖ ଦେଇ ଯାଉଥିବା ଅନ୍ୟ ଗାଡ଼ି ତାଙ୍କର ଭିଡିଓ ରେକର୍ଡ କରୁଛନ୍ତି। ତେବେ ଯୁବତୀ ଜଣକ ଯେଭଳି ଭାବେ ସ୍କୁଟି ଚଲାଉଛନ୍ତି, କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।