ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ‘ପଠାନ’ର କ୍ରେଜ ଏବେ ବି ସାରା ବିଶ୍ୱରେ ରହିଛି। ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଏହି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ଓ ପରେ ଚର୍ଚ୍ଚାରେ ରହିଛି। ଏହି ସିନେମାର ଗୀତରେ ଲୋକେ ଖୁବ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି।
ଏହି କ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସମାନେ ସିନେମାର ସୁପରହିଟ୍ ଗୀତ 'ଝୁମେ ଜୋ ପଠାନ୍'ରେ ଛାତ୍ରୀମାନଙ୍କ ସହ ପାଦରେ ପାଦ ମିଳାଇ ନାଚୁଥିବା ଦେଖିବାକୁ ମିଳିଛି।
View this post on Instagram
ଏହି ଭିଡିଓକୁ ବାଣିଜ୍ୟ ବିଭାଗର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି । ଭିଡିଓର କ୍ୟାପସନରେ ଏହା ଲେଖାଯାଇଛି ଯେ, ଜେଏମସିର ପ୍ରଫେସରମାନଙ୍କ ସହିତ ସାମିଲ ହେବାର ମଜାଳିଆ ଝଲକ।
ଭିଡିଓରେ ଦେଖିବାକୁ ମିଳିଛି, ଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ‘ପଠାନ’ ଚଳଚ୍ଚିତ୍ରର ଗୀତରେ ନାଚୁଛନ୍ତି। କିଛି ସମୟ ପରେ ଜଣକ ପରେ ଜଣେ ପ୍ରଫେସର ମଞ୍ଚକୁ ଆସି ଛାତ୍ରୀମାନଙ୍କ ସହ ପାଦରେ ପାଦ ମିଶାଇ ନୃତ୍ୟ କରୁଛନ୍ତି। ସମସ୍ତ ପ୍ରଫେସର ନୃତ୍ୟବେଳେ ଭାରତୀୟ ସଂସ୍କୃତିକୁ ଭୁଲି ନଥିଲେ। ଏହି ସମୟରେ ସମସ୍ତେ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳୁଛି।। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି।
ଏହି ନୃତ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ବହୁ ମାତ୍ରାରେ ସେୟାର ବି କରାଯାଉଛି। ବିଦେଶରେ ବି ‘ପଠାନ’ ଗୀତର କ୍ରେଜ ଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/9856.jpg)