ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ବିବାହ ! ଶୋଭାଯାତ୍ରାଠାରୁ ବିଦାୟ ପର୍ଯ୍ୟନ୍ତ ସମସ୍ତ ରୀତିନୀତିର ଭିଡିଓ ହେଉଛି ଭାଇରାଲ୍‌…

ନୂଆଦିଲ୍ଲୀ: ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜର ଛାତ୍ରମାନେ ମିଶି ବଡ଼ ଧୁମ୍‌ଧାମ୍‌ରେ ଏକ ବିବାହ କରାଇଛନ୍ତି । ତେବେ ଏହି ବିବାହର ସମସ୍ତ ରୀତିନୀତି ବିଶ୍ବବିଦ୍ୟାଳୟ ପରିସରରେ ସଂପନ୍ନ ହୋଇଛି । ବାସ୍ତବରେ, ଛାତ୍ରମାନେ କ୍ୟାମ୍ପସରେ ଏକ ନକଲି ବିବାହର ଆୟୋଜନ କରିଥିଲେ, ଯେଉଁଥିରେ ଦୁଇଜଣ ଛାତ୍ରଛାତ୍ରୀ ବର ଏବଂ କନ୍ୟାର ଭୂମିକା ଗ୍ରହଣ କରିଥିଲେ ଏବଂ ଅନ୍ୟମାନେ ବରଯାତ୍ରୀ ଆଉ ସମ୍ପର୍କୀୟ ଭୂମିକାରେ ନିର୍ବାହ କରିଥିଲେ । ଏହି ବିବାହରେ ନୃତ୍ୟ, ସଙ୍ଗୀତ ଏବଂ ବିଭିନ୍ନ ଖେଳ ସହିତ ବହୁତ ମଜାମସ୍ତି ମଧ୍ୟ ହୋଇଥିଲା ।

ସୂଚନାନୁଯାୟୀ, କିଛିଦିନ ତଳେ ପାକିସ୍ତାନରେ ମଧ୍ୟ ଏକ ନିଆରା ଘଟଣା ଘଟିଛି । ଲାହୋରରେ ଥିବା ୟୁନିଭରସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସ ନାମକ ଏକ କଲେଜର ସମାନ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା । ଯେଉଁଥିରେ ଛାତ୍ରମାନେ କଲେଜ ପରିସରରେ ଏକ ‘ନକଲି ବିବାହ’ ଆୟୋଜନ କରି ଚର୍ଚ୍ଚାରେ ଥିଲେ ।

ଭିଡିଓକୁ ମାର୍ଚ୍ଚ ୨୭ରେ ଇନଷ୍ଟାଗ୍ରାମ୍‌ର  ‘ଡିଫ୍ରଷ୍ଟେଟେଡ୍’ ନାମକ ପେଜରେ ସେୟାର୍‌ କରାଯାଇଛି । ଭିଡିଓକୁ ଏବେ ସୁଦ୍ଧା ୭୭ ହଜାରରୁ ଅଧିକ ଲାଇକ୍ ମିଳିଲାଣି ଏବଂ ୭ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି । ଏହି ଭିଡିଓଟିରେ ବହୁତ କମେଣ୍ଟ ଆସିଥିବା ସହ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଖୁବ୍ ପ୍ରଶଂସା କରିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ଆମ ସମୟରେ ଏପରି କିଛି ଘଟି ନଥିଲା; ଏବେ ବଲିଉଡର ଦିନ, ବିବାହ ଏବଂ ଛୁଆ ସବୁ ହେଇପାରୁଛି । ଅନ୍ୟଜଣେ ଉପଭୋକ୍ତା ଲେଖିଛନ୍ତି, କିଏ ଜଣେ ଏହି ଭିଡିଓକୁ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଇଦିଅନ୍ତୁ ।

ସମ୍ବନ୍ଧିତ ଖବର