ନୂଆଦିଲ୍ଲୀ: ହତ୍ୟା ମାମଲାରେ ୫୦ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲେ ବି ଯିବ ନାହିଁ କାହାର ଜୀବନ। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ସାମରିକ କୋର୍ଟ ଏକ ହତ୍ୟା ମାମଲାରେ ୫୦ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ସତ, ହେଲେ ମୃତ୍ୟୁଦଣ୍ଡ ପାଇ ମଧ୍ୟ ସେମାନେ ଆଜୀବନ କାରାଦଣ୍ଡ ଭୋଗିବେ ବୋଲି ଜଣାପଡ଼ିଛି। ମିଳିତ ଜାତିସଂଘର ଅନୁସନ୍ଧାନକାରୀ ମାଇକେଲ ଶାର୍ପ ଏବଂ ଜଡା କାଟାଲାନଙ୍କୁ ହତ୍ୟା କରିବାରେ ୫୦ଜଣ ସାମିଲ ଥିବା ନେଇ ପ୍ରମାଣ ହେବା ପରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେଇଛନ୍ତି ଅଦାଲତ। ଘଟଣାର ପ୍ରାୟ ପାଞ୍ଚ ବର୍ଷ ପରେ କଙ୍ଗୋର ଏକ ସାମରିକ କୋର୍ଟ ଏହି ରାୟ ଶୁଣାଇଛନ୍ତି।

Advertisment

ହେଲେ ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ୫୦ଜଣଙ୍କ ଜୀବନ ନିଆଯିବ ନାହିଁ ବୋଲି ଜଣାପଡ଼ିଛି। ଏହାର କାରଣ ହେଉଛି ୨୦୦୩ ପରେ କଙ୍ଗୋ ମୃତ୍ୟୁଦଣ୍ଡ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏପରି ପରିସ୍ଥିତିରେ, ନିଷେଧାଦେଶ ହେତୁ ମୃତ୍ୟୁଦଣ୍ଡ ଦିଆଯିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବ ନାହିଁ। ଯେଉଁମାନେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି ସେମାନେ ଆଜୀବନ କାରାଦଣ୍ଡ ଭୋଗିବେ।