ନୂଆଦିଲ୍ଲୀ: ଲୋକମାନେ ଚର୍ଚ୍ଚାକୁ ଆସିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଭା ଦେଖାଇଥାଆନ୍ତି। ଏଥିମଧ୍ୟରୁ ଏମିତି କିଛି ପ୍ରତିଭା ରହିଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି। ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଥାଏ। ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ନାକପୁଡ଼ାରେ ୬୮ଟି ମାଚିସ କାଠିଥିବା ଦେଖିବାକୁ ମିଳୁଛି।
ନିକଟରେ ଗିନିଜ ୱାଲର୍ଡ ରେକର୍ଡର ରିପୋର୍ଟ ଅନୁସାରେ, ଡେନମାର୍କରେ ରହୁଥିବା ୩୯ବର୍ଷର ପିଟର ୱାନ ଟେନଗେନ ବୁସକାବ ନାକରେ ସାର୍ବାଧିକ ମାଚିସ କାଠି ପୂରାଇ ରେକର୍ଡ କରିଛନ୍ତି।
ତେବେ ପିଟର ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୬୮ଟି ମାଚିସ କାଠି ନିଜ ନାକପୁଡ଼ାରେ ପୁରାଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି।
"Surprisingly it didn’t really hurt."
— Guinness World Records (@GWR) February 18, 2024
ପିଟର ଏହି ରେକର୍ଡ କରିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ରେକର୍ଡରେ ୪୫ଟି ମାଚିସ କାଠି ନାକପୁଡ଼ାର ପୁରାଇବାର ନିୟମ ରହିଛି। ମୁଁ ଏହି ରେକର୍ଡକୁ ଭାଙ୍ଗି ୬୮ଟି ମାଚିସ କାଠି ନାକପୁଡ଼ାରେ ପୁରାଇଥିଲି। ଏଥିପାଇଁ ମୋତେ କୌଣସି ପ୍ରକାର କଷ୍ଟ ହୋଇନାହିଁ। କାରଣ ମୋର ଚର୍ମ ଖୁବସହଜରେ ସଙ୍କୁଚିତ ଓ ପ୍ରସାରିତ ହୋଇପାରେ। ଏଥିସହିତ ମୋର ନାକପୁଡ଼ା ବି ସାଧାରଣ ଠାରୁ ବଡ଼ । ଯେଉଁ କାରଣରୁ ମୁଁ ଏକାଥରକେ ଏତେ ଗୁଡ଼ାଏ ମାଚିସ କାଠି ପୂରାଇବାରେ ସଫଳ ହୋଇପାରିଲି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/192d64d9-ee75-4cbb-90b2-fe31377979a8.jpg)