ଗୋଟାଏ ସଂପର୍କରେ ୩ ଜଣ; ପତ୍ନୀଙ୍କୁ ହେଲା ବାନ୍ଧବୀଙ୍କ ସହ ପ୍ରେମ, ଏବେ ସମସ୍ତେ ସାଥୀରେ

ନୂଆଦିଲ୍ଲୀ: ପ୍ରେମ, ସମଲିଙ୍ଗୀ ପ୍ରେମ, ବିବାହ ପରେ ପ୍ରେମ ଆଦି ଆଜିକାଲି ସମାଜ ପାଇଁ ଏକ ସାଧାରଣ କଥା। ଏବେ ପତି-ପତ୍ନୀ ଓ ଜଣେ ମହିଳା ଦାନ୍ତ ଡାକ୍ତର(ଡେଣ୍ଟି‌ଷ୍ଟ୍‌)ଙ୍କ ସଂପର୍କ ଖୁବ୍ ଚର୍ଚ୍ଚାରେ ରହିଛି। ମହିଳା ଡେଣ୍ଟିଷ୍ଟଙ୍କ ପ୍ରେମ ସଂପର୍କକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। କିପରି ମହିଳ‌ା ଡେଣ୍ଟିଷ୍ଟ ଜଣକ ନି ସ୍ବାମୀଙ୍କଠାରୁ ଅଲଗା ହୋଇ ଏକ ତିନି ଜଣିଆ ସଂପର୍କରେ ବାନ୍ଧି ହୋଇଛନ୍ତ ଆଜି ଆମେ ସେ ବିଷୟରେ କହିବୁ।

ଜାଣିବାକୁ ମିଳିଛି ଯେ ଏହି ଡେଣ୍ଟିଷ୍ଟ୍‌ଙ୍କ ନାମ ମିସେ୍‌ ମାର୍ଟିନେଜ୍‌ ସରସୋଲା। ସେ ଆମେରିକାର ବାସିନ୍ଦା। ସେ ନିଜେ ଜଣେ ମହିଳା ହୋଇ ମଧ୍ୟ ତାଙ୍କର ଜଣେ ମହିଳାଙ୍କ (ମହିଳା ଜଣକ ତାଙ୍କ ବାନ୍ଧବୀ) ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା। ତାଙ୍କ ନିଜ ପରି ଉକ୍ତ ମହିଳା ଜଣକ ବି ବିବାହିତ ଥିଲେ। ମାତ୍ର ଫରକ ଏତିକି ଥିଲା ଯେ ମିର୍ଟିନେଜ୍‌ ନିଜ ପତିଙ୍କୁ ଛାଡ଼ପତ୍ର ଦେଇ ସାରିଥି‌ଲେ। ହେଲେ ତାଙ୍କର ଯେଉଁ ମହିଳାଙ୍କ ପ୍ରତି ଆକର୍ଷଣ ଆସିଲା ସେ ମହିଳା ଜଣକ ନିଜ ସ୍ବାମୀଙ୍କ ସହ ବେଶ୍‌ ଖୁସିରେ ଥିଲେ।

୨୦୨୦ ମସିହାରେ ତାଙ୍କ ବିବାହ ଭାଙ୍ଗିଯିବା ପ‌ରେ ସେ ତାଙ୍କ ବାନ୍ଧବୀ ବେକିଙ୍କଠାରୁ ସହାୟତା ନେଇଥିଲେ। ମାତ୍ର କିଛି ଦିନ ପରେ ତାଙ୍କ ବନ୍ଧୁତ୍ବ ଆହୁରି ଟିକେ ଆଗକୁ ବଢ଼ିଗଲା। ସେମାନେ ଆଉ ବନ୍ଧୁ ହୋଇନଥିଲେ। ପରସ୍ପରଙ୍କ ପ୍ରତି ନିବିଡ଼ତା ବଢ଼ି ସାରିଥିଲା। ଶେଷରେ ବେକି ଏ ସଂପର୍କରେ ତାଙ୍କ ସ୍ବାମୀଙ୍କୁ କହିଲେ ଓ ଏବେ ତିନିହେଁ ଯାକ ମିଶିକରି ଗୋଟାଏ ଛାତ ତଳେ ରହୁଛନ୍ତି। ମିସେ୍‌ ମାର୍ଟିନେଜ୍‌ ସରସୋଲାଙ୍କର ୩ ପିଲା ଥିବା ବେଳେ ବେକି ଓ ତାଙ୍କ ସ୍ବାମୀଙ୍କର ୨ ପିଲା ଅଛନ୍ତି। ସେମାନେ ସମସ୍ତେ ଏକାଠି ରହୁଛନ୍ତି।

ସମ୍ବନ୍ଧିତ ଖବର