ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଲାରେ ଏକ ଜୁଗାଡ଼କୁ ନେଇ ଚର୍ଚ୍ଚା ହେଉଛି। ଏହି ଜୁଗାଡ଼ରେ ଗୋଟିଏ ମୋଟରସାଇକେଲରେ ପାଖାପାଖି ୭ଜଣ ବସିବା ଭଳି ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଏହି ଜୁଗାଡ଼ ଗାଡ଼ିକୁ ବାରାବଙ୍କି ସହର ଦେଇ ଲକ୍ଷ୍ମୌ-ଅଯୋଧ୍ୟା ଜାତୀୟ ରାଜପଥରେ ଯାଉଥିବା ଦେଖିବାକୁ ମିଳୁଛି। ଦୁଇ ଚକିଆ ଜୁଗାଡ଼ ମୋଟରସାଇକେଲରେ ଜଣେ ବ୍ୟକ୍ତି ନିଜ ସହିତ ପ୍ରାୟ ଆଠଜଣଙ୍କୁ ବସାଇ ନେଇ ଯାଉଛି।

ଏହି ଗାଡ଼ିରେ ତିନିଜଣ ଆଗରେ ବସିଥିବା ବେଳେ ବାକି ପାଞ୍ଚଜଣ ପଛରେ ବସିଛନ୍ତି। ଏଥିରେ ମହିଳା ଓ ଶିଶୁ ବି ସାମିଲ ରହିଛନ୍ତି। ଦୂରରୁ ଦେଖିଲେ ଏହା ଏକ ଠେଲା ଗାଡ଼ି ଭଳି ଲାଗୁଥିବା ବେଳେ ପାଖରୁ ଦେଖିଲେ ବାଇକରେ ଜୁଗାଡ଼ କରାଯାଇଛି ବୋଲି ଜଣାପଡ଼ୁଛି।

ତେବେ ଏଭଳି ଗାଡ଼ିର ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଭଳି ଗାଡ଼ି ସୁରକ୍ଷିତ ନୁହେଁ। ବ୍ୟକ୍ତି ଜଣକ ଏଭଳି ଅସୁରକ୍ଷିତ ଗାଡ଼ିରେ ନିଜେ ବସିବା ସହିତ ପିଲା ଓ ମହିଳାଙ୍କୁ ବି ବସାଇଛନ୍ତି। ପୁଲିସ କ’ଣ ଏଭଳି ଗାଡ଼ିକୁ ଚଲାଇବାକୁ ଅନୁମତି ଦେଇଛି। ପୁଣି ଗାଡ଼ି ଚଳାଉଥିବା ବ୍ୟକ୍ତି ହେଲମେଟ ବି ପିନ୍ଧି ନାହାନ୍ତି।