ନୂଆଦିଲ୍ଳୀ: କିଛି ଛୋଟ ପିଲା ବହୁତ ଦୁଷ୍ଟ ହୋଇଥାନ୍ତି। ସେମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ରଖିବା ମଧ୍ୟ ପିତାମାତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥାଏ। ଯେତେବେଳେ ପିଲାମାନଙ୍କର କେଶ କାଟିବା କଥା ଆସେ ତ ସେମାନଙ୍କୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। କେଉଁ ଭଳି ଉପାୟରେ ସେମାନଙ୍କ କେଶ କଟାଯାଇ ପାରିବ ତାହା ଚିନ୍ତା କରିବାକୁ ପଡ଼େ। ଏଭଳି ପରିସ୍ଥିତିରେ ଜଣେ ମା ନିଜ ପିଲାର କେଶ କାଟିବାକୁ ଯେଉଁ ଉପାୟ ଆପଣେଇଛନ୍ତି ସେ ସମୟର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି।

Advertisment

ଏହି ଭିଡିଓଟି ଆଇପିଏସ୍ ଅଧିକାରୀଙ୍କ ଦ୍ବାରା ଟ୍ୱିଟରରେ ପୋଷ୍ଟ କରାଯାଇଥିଲା। ଯାହାକୁ ଦେଖି ସୋସିଆଲ୍‌ ମିିଆ ବ୍ୟବହାରକାରୀ ଶିଶୁଟିର ମାଆଙ୍କୁ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି ଯେ ଏହା ହେଉଛି ଆଧୁନିକ ସମସ୍ୟାର ଆଧୁନିକ ସମାଧାନ। ଆପଣ କେବେ ପିଲାମାନଙ୍କର କେଶ କାଟିବା ପାଇଁ ଏପରି କୌଣସି କୌଶଳ ଆପଣେଇଛନ୍ତି କି? ଯଦି ହଁ, ତେବେ କମେଣ୍ଟ୍‌ରେ ମତ ରଖନ୍ତୁ।

ଭାଇରାଲ୍ ଭିଡିଓରେ ଜଣେ ମହିଳା ପିଲାକୁ ଏକ ପେଟିରେ ବସାଇଥିବାର ଆପଣ ଦେଖି ପାରୁଥିବେ। ସେ ପିଲାଟି ଯେପରି ହଲଚଲ ହୋଇ ପାରିବନି, ସେପରି ଭାବେ ପେଟିରେ ରଖି ଟ୍ରିମିଂ ମେସିନ୍‌ରେ ପିଲାଟିର କେଶ କାଟୁଛନ୍ତି।

ଏହି ଭିଡିଓଟି ଆଇପିଏସ୍ ଅଧିକାରୀ 'ରୁପିନ୍ ଶର୍ମା' ଜୁନ୍ ୨୯ ତାରିଖରେ ପୋଷ୍ଟ  କରି କ୍ୟାପ୍ସନ୍‌ରେ ‘ହେୟାର୍‌ କଟ୍‌’ ବୋଲି ଲେଖିଛନ୍ତି। ତେବେ ଏହି ଭିଡିଓରେ ଶିଶୁଟିର ମାଆଙ୍କୁ ଅଧିକାଂଶ ବ୍ୟବହାରକାରୀ ସୃଜନଶୀଳ କହିଥିବା ବେଳେ କେହି କେହି ‘ସ୍ମାର୍ଟ’ ବୋଲି ଲେଖିଛନ୍ତି। ତେବେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଇଏ ଆମ ଭାରତୀୟ ପିଲା ହୋଇଥିଲେ, ପେଟିକୁ ଧରି ବୁଲିଥାନ୍ତା।’