ନୂଆଦିଲ୍ଲୀ: ଲୋକମାନେ ଘୋଡ଼ା ଗାଡ଼ି, ବଳଦ ଗାଡ଼ି ଆଦିରେ ଯାତ୍ରା କରୁଥିବା ଦେଖିବାକୁ ଶୁଣିବାକୁ ମିଳିଛି। କିନ୍ତୁ କେବେ ଛେଳି ଗାଡ଼ି ଦେଖିଛନ୍ତି। ନିକଟରେ ଜଣେ ବୃଦ୍ଧ ଛେଳି ଗାଡ଼ିରେ ବସି ଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।
ଏହି ଭିଡିଓରେ ଜଣେ ବୃଦ୍ଧ ଦୁଇଟି କଳା ଛେଳିଙ୍କୁ ବ୍ୟବହାର କରି ଗାଡ଼ି ତିଆରି କରିଛନ୍ତି। ଏହି ଗାଡ଼ିରେ ବସିଥିବା ବେଳେ ବୃଦ୍ଧ ଜଣକ ଘିଅ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ମୁଣ୍ଡରେ ଗୋଲାପୀ ରଙ୍ଗର ପଗଡ଼ି ବାନ୍ଧିଥିବା ଦେଖିବାକୁ ମିଳୁଛି। ତେବେ ବୃଦ୍ଧଙ୍କ ଏଭଳି ଜୁଗାଡ଼ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ ପଶୁଙ୍କ ଉପରେ ଏଭଳି ଅତ୍ୟାଚର କରୁଥିବାରୁ ବୃଦ୍ଧଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଡିସେମ୍ବର ୧୭ ତାରିଖରେ ଏହି ଭିଡିଓକୁ @lsawarmal ନାମକ ପେଜରୁ ସେୟାର କରାଯାଇଛି। ଏହି ଭିଡିଓକୁ ଏଯାବତ ୩୭ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୧ଲକ୍ଷ ୩୮ ହଜାର ଲାଇକ୍ସ ମିଳିଛି।
View this post on Instagram
ତେବେ ବୃଦ୍ଧ ଜଣକ ତାଙ୍କ ଛେଳିଗାଡ଼ିର ଜୁଗାଡ଼ ନେଇ ଯାଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କେହି ଜଣେ ଏହି ଘଟଣାର ଭିଡିଓ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/7517ca8c-2698-4393-9933-d1b148c24278.jpg)