ନୂଆଦିଲ୍ଳୀ: ଆମେ ଇଣ୍ଟର୍‌ନେଟ୍‌ରେ ବିିଭିନ୍ନ ପ୍ରକାର ସୃଜନଶୀଳ ଭିଡିଓ ଦେଖି‌ଛେ। ସାଧାରଣ କୌଶଳ ବ୍ୟବହାର କରି ବିଭିନ୍ନ ଲୋକ ପୂର୍ବରୁ ଭିନ୍ନ ଭିଡିଓ ପୋଷ୍ଟ୍‌ କରିଥିବାର ଆପଣ ଦେଖିଥିବେ। ତେବେ ନିକଟରେ ଏକ ଭିଡିଓ ଇଣ୍ଟର୍‌ନେଟ୍‌ରେ ଖୁବ୍ ଜୋର୍‌‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଏକ ସାଧାଣ ଗ୍ୟାସ୍ ଲାଇଟର୍ ଏକ ଅତ୍ୟାବଶ୍ୟକ କେଶ ଷ୍ଟାଇଲ୍ ଉପକରଣ ‘ହେୟାର କର୍ଲର୍‌’ର କାମ କରୁଛି।

Advertisment

ଆପଣ ବୋଧହୁଏ ଭାବି ଭାବି ଚକିତ ହେଉଥିବେ ଯେ ଏକ ଗ୍ୟାସ୍ ଲାଇଟର୍ କିପରି ଅତ୍ୟାବଶ୍ୟକ କେଶ ଷ୍ଟାଇଲ୍ ଉପକରଣ ହୋଇପାରେ। ଏହି ଚିତ୍ତାକର୍ଷକ ଭିଡିଓରେ, ଜ‌େଣେ ପୁରୁଷ ଜଣେ ମହିଳାଙ୍କ କେଶକୁ କୁଞ୍ଚୁକୁଞ୍ଚିଆ କରିବା ପାଇଁ ଏକ ଗ୍ୟାସ୍ ଲାଇଟର୍ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛନ୍ତି।

ଯୁବକ ଜଣକ ଗ୍ୟାସ୍‌ ଚୁଲା ଲଗାଇ ତା’ ଉପରେ ଲାଇଟର୍‌ ଦେଖାଇ ତାହାକୁ ହାଲୁକା ଗରମ କରି ଦେଉଛନ୍ତି। ତାପରେ ସେହି ଲାଇଟର୍‌କୁ ଆଣି ମହିଳାଙ୍କ କେଶରେ ଗୁଡ଼ାଇ କେଶକୁ କୁଞ୍ଚୁକୁଞ୍ଚିଆ କରି ଦେଉଛନ୍ତି। ତେବେ ଏହାପରେ କେଶ ଯେଉଁପରି ଦିଶୁଛି ତାହା କୌଣସି ବିୟୁଟି ପାର୍ଲରର କେଶ ସଜାଠାରୁ କମ୍‌ ହେବ ନାହିଁ।

ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ଏହାକୁ ଅନେକ ପ୍ରତିକ୍ରିୟା ମିଳିଛି। ‘ଏପରି ଦେଶୀ ଜୁଗାଡ଼ କେବଳ ଭାରତରେ ସମ୍ଭବ’ ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ବେଳେ ‘ଆଧୁନିକ ସମସ୍ୟାର ଆଧୁନିକ ସମାଧାନ’ ବୋଲି ଲେଖି ଅନ୍ୟ ଜଣେ କମେଣ୍ଟ୍‌ କରିଛନ୍ତି।