ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ରିଲାଏନ୍ସ ରିଟେଲ ପରିଚାଳନା କରୁଥିବା ବେଳେ ତାଙ୍କୁ ଜଣେ ସଫଳ ବ୍ୟବସାୟୀ ଭାବେ ସମସ୍ତେ ଜାଣନ୍ତି। ସେ ସବୁବେଳେ ନିଜର ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଅଧିକାଂଶ ସମୟରେ ଈଶା ଅମ୍ବାନୀଙ୍କ ପୋଷାକକୁ ଓ ଅଳଙ୍କାରକୁ ନେଇ ଚର୍ଚ୍ଚା ହେଉଥାଏ। ଏବେ ଈଶା ଚର୍ଚ୍ଚାର ପରିସରକୁ ଆସିଛନ୍ତି ତାଙ୍କର ହୀରା ହାରକୁ ନେଇ, ଯାହାର ଦାମ ଶୁଣିଲେ ଆପଣ ଚକିତ ହୋଇଯିବେ।

Advertisment

ଈଶାଙ୍କ ନିକଟରେ ଏପରି ଏକ ମଲ୍ଟି ଷ୍ଟ୍ରାଣ୍ଡ୍ ହୀରା ହାର ରହିଛି, ଯାହା ତାଙ୍କ ଅଳଙ୍କାର ସଂଗ୍ରହରେ ସବୁଠାରୁ ଅନନ୍ୟ ଏବଂ ସୁନ୍ଦର ଗହଣା । ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଈଶା ଅମ୍ବାନୀଙ୍କ କଷ୍ଟମ ହୀରା ହାରର ମୂଲ୍ୟ ୨୦ ମିଲିୟନ ଡଲାରରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଭାରତୀୟ ମୁଦ୍ରାରେ ପ୍ରାୟ ୧୬୫ କୋଟି ଟଙ୍କାରୁ ଅଧିକ।

ଈଶା ଏହାକୁ ଏକ ନାଲି ରଂଗର ଗାଉନ୍‌ ସହିତ ପିନ୍ଧି ବେଶ୍‌ ଚମତ୍କାର ଦେଖା ଯାଆନ୍ତି। ଏହି ହାରକୁ ସେ ଏନ୍‌ଏମ୍‌ଏସିସି ଲଞ୍ଚ କାର୍ଯ୍ୟକ୍ରମରେ ପିନ୍ଧିଥିଲେ। ଏହି କଷ୍ଟମ୍ ହାରରେ ୫୦ରୁ ଅଧିକ ବଡ଼ ହୀରା ଅନ୍ତର୍ଭୁକ୍ତ ବୋଲି ସୂଚନା ରହିଛି।

ପାଞ୍ଚ ବର୍ଷର ବ୍ୟବଧାନ ପରେ ଈଶା ଅମ୍ବାନୀ ଦ୍ୱିତୀୟ ଥର ପାଇଁ ଏହି ହୀରା ହାର ପିନ୍ଧିଥିଲେ। ସେ ପ୍ରଥମେ ଏହି ହାରକୁ ସ୍ୱାମୀ ଆନନ୍ଦ ପିରାମଲଙ୍କ ସହ ବିବାହ ବେଳେ ମେହେନ୍ଦୀ ଉତ୍ସବରେ ପିନ୍ଧିଥିଲେ।

ତେବେ ଈଶାଙ୍କ ନିକଟରେ ଏକ ସ୍ବର୍ଣ୍ଣ ରାଣୀ ହାର ରହିଛି। ତାହାକୁ ବି ଦୁନିଆର ସବୁଠାରୁ ମୂଲ୍ୟବାନ ଅଳଙ୍କାର ଭିତରୁ ଅନ୍ୟତମ।  ଅମ୍ବାନୀ ପରିବାରର ଝିଅ ହୋଇଥିବାରୁ ଏହା ତାଙ୍କ ପାଇଁ କିଛି ବଡ଼ କଥା ନହୋଇଥିଲେ ବି, ତାଙ୍କ ଅଳଙ୍କାରର ଡିଜାଇନ୍‌କୁ ନେଇ ବେଶ୍ ଆଲୋଚନା ହୋଇଥାଏ।