ଶ୍ବାନଙ୍କ ପାଇଁ ଡେଟି˚ ସାଇଟ୍‌

ଆମ ଦେଶ ସମେତ ବିଶ୍ବର ଅନେକ ମହାନଗରୀରେ ଶ୍ବାନଙ୍କ ପାଇଁ ଡେଟିଂ ସାଇଟ୍‌ ରହିଛି। ନୂଆ ଦିଲ୍ଲୀରେ ଥିବା ‘ଡଗ୍‌-ସ୍ପଟ୍‌’ ନାମକ େୱବ୍‌-ସାଇଟ୍‌ ବେଶ୍‌ ଲୋକପ୍ରିୟ। ଏହି ସାଇଟ୍‌ରେ ଦୁର୍ମୂଲ୍ୟ ବିଦେଶୀ ପ୍ରଜାତିର ଶ୍ବାନଙ୍କ ସ˚ପର୍କରେ ନାନା ବିବରଣୀ ରହିଛି।

ଭାରତରେ ବିଦେଶୀ ଅଣ୍ତିରା କୁକୁରଙ୍କ ତୁଳନାରେ କୁତୀଙ୍କ ସ˚ଖ୍ୟା କମ୍‌। ଏଣୁ ଯେଉଁମାନେ ଅଣ୍ତିରା କୁକୁର ରଖିଛନ୍ତି, ସେମାନେ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରାଣା ଆଥେୟ, ଦୁଇ ଜଣ ବନ୍ଧୁଙ୍କୁ ନେଇ ‘ଡଗ୍‌ ସ୍ପଟ୍‌’ ଆରମ୍ଭ କରିଥିଲେ। ଶ୍ବାନ-ମାଲିକମାନେ ଏହି ସାଇଟ୍‌ ଦ୍ବାରା ବିଶେଷ ଭାବେ ଉପକୃତ ହେଉଛନ୍ତି। ଏହି ସାଇଟ୍‌ ମାଧୢମରେ ଶ୍ବାନ ଓ ଶ୍ବାନୀ(ଏପରିକି ଭିନ୍ନ ଭିନ୍ନ ସହରର) ମିଳିତ ହୋଇପାରୁଛନ୍ତି। ଯେଉଁ ମାଲିକମାନେ ବିମାନ ଖର୍ଚ୍ଚ ତୁଲାଇବାକୁ ସକ୍ଷମ, ସେମାନଙ୍କର କୁକୁର, ସାଥୀକୁ ଭେଟିବା ପାଇଁ ଭାରତର ଏ ମୁଣ୍ତରୁ ସେ ମୁଣ୍ତ ଯାତ୍ରା କରିପାରୁଛନ୍ତି। ଏହି ସାଇଟ୍‌ର ପ˚ଜିକୃତ ସଭ୍ୟ ସ˚ଖ୍ୟା ପଚିଶ ହଜାରରୁ ଅଧିକ।

ସମ୍ବନ୍ଧିତ ଖବର