ମହିଳାଙ୍କ ସୁରକ୍ଷା ପାଇଁ ଯୁବକ ପ୍ରସ୍ତୁତ କଲେ ‘ସ୍ମାର୍ଟ ଚୁଡି’, ଏଣିକି ଆକ୍ରମଣକାରୀ ମହିଳାଙ୍କ ହାତ ଧରିବା ମାତ୍ରେ ଲାଗିବ ଶକ୍ତ ବିଜୁଳି ଝଟକା

ହାଇଦ୍ରାବାଦ: ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଚୁଡି ତିଆରି କରିଥିବା ଦାବି କରିଛନ୍ତି। ହରିଶ ଗାଦିଙ୍କ କହିବାନୁସାରେ, ସେ ଯେଉଁ ସ୍ୱତନ୍ତ୍ର ଚୁଡି ତିଆରି କରିଛନ୍ତି, ତାହାକୁ ପିନ୍ଧି ଥିବା ଅବସ୍ଥାରେ ଯଦି ମହିଳାଙ୍କ ଉପରେ କେହି ଆକ୍ରମଣ କରନ୍ତି ତେବେ ମହିଳାଙ୍କୁ ତାଙ୍କ ହାତକୁ ଗୋଟିଏ ଦିଗକୁ ଝୁଲାଇବାକୁ ପଡ଼ିବ। ଫଳରେ ଡିଭାଇସ୍‌ ସକ୍ରିୟ ହୋଇଯିବ। ଏବଂ ଆକ୍ରମଣକାରୀଙ୍କୁ ବିଜୁଳିର ଏକ ଜୋର ଝଟକା ଲାଗିବ।

 

ଏଏନ୍‌ଆଇରେ ଦେଇଥିବା ସାକ୍ଷାତକାର ଅନୁସାରେ ହରିଶ କହନ୍ତି, ‘ସେଲଫ୍‌ ସିକ୍ୟୁରିଟି ବ୍ୟାଙ୍ଗଲ ଫର ଉଇମେନ୍‌’ ସେତେବେଳେ ସକ୍ରିୟ ହେବ ଯେତେବେଳେ ମହିଳା ଗୋଟିଏ କୋଣକୁ ନିଜ ହାତକୁ ଝୁଲାଇ ରଖିବେ। ଏପରି ଝୁଲାଇବା ପରେ ମହିଳାଙ୍କ ହାତକୁ ଧରିଥିବା ଆକ୍ରମଣକାରୀଙ୍କୁ ହଠାତ ବିଜୁଳିର ଏକ ଶକ୍ତ ଝଟକା ଲାଗିବ। କେବଳ ଏତିକି ନୁହେଁ ସଙ୍ଗେସଙ୍ଗେ ମହିଳାଙ୍କ ଲାଇଭ୍‌ ଲୋକେସନ୍‌ ଆଲର୍ଟକୁ ତାଙ୍କ ସମ୍ପର୍କୀୟ ଓ ନିକଟସ୍ଥ ପୁଲିସ ଷ୍ଟେସନ୍‌କୁ ବି ପଠାଇ ଦେବ।

ଏହି ସୁରକ୍ଷା ଚୁଡିକୁ ହାଇଦ୍ରାବାଦର ୨୩ବର୍ଷୀୟ ହରିଶ ଗାଦି ତାଙ୍କ ସାଙ୍ଗ ସାଇ ତେଜାଙ୍କ ସହିତ ମିିଶି ଆବିଷ୍କାର କରିଛନ୍ତି। ଯାହାକି ବିଜୁଳି ଜେନେରେଟ କରିଥାଏ। ଏହି ଯୁବକ ମହିଳାଙ୍କ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ଏହି ‘ସ୍ମାର୍ଟ’ ଚୁଡି ସହିତ ଏକ ଅଭିନବ ପ୍ରୟାସ କରିଛନ୍ତି।

ସମ୍ବନ୍ଧିତ ଖବର