ନୂଆଦିଲ୍ଲୀ: ଭଗବାନଙ୍କ ଅନେକ ଭକ୍ତ ଏଦୁନିଆରେ ଅଛନ୍ତି। ସମସ୍ତଙ୍କ ଭକ୍ତିଭାବ ଭିନ୍ନଭିନ୍ନ ରହିଛି। ନିକଟରେ ଭଗବାନ ଶିବଙ୍କ ଜଣେ ଭକ୍ତଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଭଗବାନଙ୍କ ଭକ୍ତିରେ ଉକ୍ତ ଭକ୍ତଜଣକ ନିଜର ଚାକିରି ଛାଡ଼ି ଦେଇଥିବା ଜଣାପଡ଼ିଛି।
ଏମିତି ଏକ ଘଟଣା ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଘଟିଛି। ଏଠାରେ ବସବାସ କରୁଥିବା ମନୀଷ ରାଜଭର ନିକଟରେ ଭଗବାନ ଶିବଙ୍କ ଦର୍ଶନ ପାଇଁ ୧୨ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ପଦଯାତ୍ରାରେ ବାହାରି ପଡ଼ିଛନ୍ତି। ମାସେ ଚଉଦ ଦିନ ପଦଯାତ୍ରା କରିବା ପରେ ଜମୁଇ ପହଞ୍ଚିଥିବା ମନୀଷ ରାଜଭରଙ୍କୁ ଶ୍ରଦ୍ଧାଳୁ ଭବ୍ୟ ସ୍ବାଗତ କରିଛନ୍ତି।
ଭଗବାନ ଶିବଙ୍କ ପ୍ରତି ଭକ୍ତ ଦେଖି ମନୀଷଙ୍କ ଲୋକେ ଆଳତୀ କରି ଫୁଲବର୍ଷା କରି ପାଦସ୍ପର୍ଶ କରିଥିଲେ।
ତେବେ ଏହି ଘଟଣାକୁ ନେଇ ମନୀଷ କହିଛନ୍ତି, ‘ ମୁଁ ମହାରାଷ୍ଟ୍ରର ପୁଣେରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲି। ଗତବର୍ଷ ଦୀପାବଳି ସମୟରେ ମୁଁ ମୋର ଜଣେ ସାଙ୍ଗଙ୍କ ସହିତ ପ୍ରଭୁ ଭୀମାଶଙ୍କର ମହାଦେବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲି। ଏଠାରୁ ଫେରିବା ପରେ ମୁଁ ସ୍ବପ୍ନରେ ଭଗବାନ ଶିବଙ୍କୁ ଦେଖିଥିଲି।
ଏହାପରେ ମନସ୍ଥ କରିଥିଲା ୧୨ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବି। ତାହାପୁଣି ପାଦରେ ଚାଲିଚାଲି। ତେବେ ଏତେଦିନ ମୋତେ ଚାକିରିରୁ ଛୁଟି ମିଳି ନଥାଆନ୍ତା। ତେଣୁ ମୁଁ ଚାକିରି ଛାଡ଼ି ଭଗବାନଙ୍କ ଦର୍ଶନ କରିବାରେ ବାହାରିଗଲି। ପ୍ରଥମେ ମୁଁ ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କଲି। ତା’ପରେ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନରେ ମୋର ପଦଯାତ୍ରା ଆରମ୍ଭ କରିଥିଲି। ଏହା ମୋର ନିଜସ୍ବ ଇଚ୍ଛା ଏଥିପାଇଁ ମୋତେ କେହି ବାଧ୍ୟ କରି ନାହାନ୍ତି।’