କୁକୁର ଜନ୍ମଦିନରେ ଅତିଥିମାନେ ଅଣିଥିଲେ ଆକର୍ଷଣୀୟ ଉପହାର, ମିଳିଲା ୩ଟି ସୁନା ଲକେଟ୍‌

ନୂଆଦିଳ୍ଲୀ: ଆପଣ ନିଜର କିମ୍ବା ନିଜ ପ୍ରିୟଜନଙ୍କର ଜନ୍ମଦିନ ଉତ୍ସବ ପାଳନ କରିଥିବେ। ମାତ୍ର କେବେ ବି ନିଜ ପୋଷ୍ୟ ଜୀବଙ୍କ ଜନ୍ମଦିନ ଉତ୍ସବ ମନାଇଛନ୍ତି କି? ନିକଟରେ ଧନବାଦର ଲୟାବାଦ୍‌ର ଏକ ପରିବାର ସେମାନଙ୍କ କୁକୁରର ଜନ୍ମଦିନ ମନାଇ ଚର୍ଚ୍ଚାରେ ଅଛନ୍ତି।

ସେମାନେ ନିଜ ପୋଷ୍ୟ କୁକୁରର ଜନ୍ମଦିନରେ ୩୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।  କୁକୁରର ଜନ୍ମଦିନ ପାଇଁ ସେମାନେ ନିମନ୍ତ୍ରଣ କାର୍ଡ ଛପାଇ ଲୋକଙ୍କୁ ନିମନ୍ତ୍ରଣ କରିବା ସହ କୁକୁରଟିକୁ ୪,୫୦୦ ଟଙ୍କାର ଏକ ପୋଷାକ ପିନ୍ଧାଇଛନ୍ତି।

କୁକୁରଟିର ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ କେବଳ ପାଖଆଖ ଗାଁ ଲୋକ ନୁହେଁ, ବରଂ ପଶ୍ଚିମବଙ୍ଗରର ଶ୍ରୀପୁରରୁ ବି ଅତିଥି ଆସି ସେଠାରେ ପହଞ୍ଚିଥିଲେ।

 

ଅତିଥିମାନେ କୁକୁରଟି ପାଇଁ ଆକର୍ଷଣୀୟ ଉପହାର ବି ଆଣିଥିଲେ। କୁକୁରଟିକୁ ୩ଟି ସୁନା ଲକେଟ୍‌ ମିଳିଥିବା ସୂଚନା ରହିଛି। କୁକୁରଟିର ନାମ ଅକ୍ଷର। ଏହି କୁକୁରଟି କେକ୍‌ କଟିଂ କରିବା ପୂର୍ବରୁ ପ୍ରଥମେ ତାକୁ ବନ୍ଦାପନା କରାଯାଇଥିଲା।

ଭାଇରାଲ୍‌ ଭିଡିଓରେ ଆପଣ ଦେଖି ପାରୁଥି‌ବେ ଯେ ଜଣେ ମହିଳା କିପରି ଭାବେ କୁକୁରଟିକୁ ଚୁମ୍ବନ ଦେଇ ଚାଲିଛନ୍ତି। ଆପଣ ଏହା ବି ଦେଖି ପାରୁଥିବେ ଯେ ଟେବୁଲ୍‌ ଉପରେ ଏକ ବଡ଼ କେକ୍‌ ରଖାଯାଇଛି। ଅତିଥିମାନେ ଚାରିପଟେ ଘେରି ହୋଇ କେକ୍‌ କଟିଂକୁ ଉପଭୋଗ କରୁଛନ୍ତି ଓ ସେହି ସ୍ବତନ୍ତ୍ର ମୁହୂର୍ତ୍ତର ଫଟୋ, ଭିଡିଓ ବି ନେଉଛନ୍ତି।

ସମ୍ବନ୍ଧିତ ଖବର