ଧନତେରସରେ କିଣନ୍ତୁ ସୁନା; ହେଲେ କିଣନ୍ତୁ ନାହିଁ ଏହି ସବୁ ସାମଗ୍ରୀ

ମୁମ୍ବାଇ: ଧନତେରସରେ ସୁନା, ରୁପା କିଣିବାକୁ ଅତ୍ୟନ୍ତ ଶୁଭ ମନା ଯାଇଥାଏ। ପ୍ରତିବର୍ଷ ଧନତେରସରେ ସେହି କାରଣରୁ ଖୁବ୍‌ ଅଧିକ ସୁନା ବିକ୍ରି ହୋଇଥାଏ। ୨ ବର୍ଷ କରୋନା ପାଇଁ ଅନେକ କଟକଣା ରହିଥିବା ହେତୁ ପର୍ବପର୍ବାଣି ସବୁ ମାନ୍ଦା ହୋଇ ଯାଇଥିଲା। ଏଥର କିନ୍ତୁ ଲୋକେ ଦୀପାବଳିକୁ ଖୁବ୍‌ ଧୁମ୍‌ଧାମ୍‌ରେ ମନାଇବେ।

ଏବର୍ଷ ଲୋକ ଧନତେରସର ତିଥିକୁ ନେଇ ଖୁବ୍ ଦ୍ବନ୍ଦ୍ବରେ ଅଛନ୍ତି। କିଛି ଲୋକ ଆଜିକୁ ଧନତେରସ ମାନୁଛନ୍ତି ତ କିଛି ଲୋକ ଆସନ୍ତାକାଲି ଧନତେରସ ମନାଉଛନ୍ତି। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷର ତୃତୀୟା ତିଥିକୁ ଧନତେରସ ମନାଯାଏ।

ଧନତେରସରେ କେବଳ ସୁନା କାହିଁକି, ଆହୁରି ଅନେକ କିଛି କିଣିବାକୁ ଲୋକେ ଶୁଭ ମାନିଥାନ୍ତି। ଯେପରି ଷ୍ଟିଲ୍‌ ଓ ରୁପା ସାମଗ୍ରୀ କିଣିବାକୁ ବି ଶୁଭ ମନାଯାଏ। ଗୃହିଣୀମାନେ ଘର ଝାଡୁ କିଣିଥାନ୍ତି ଏହି ଦିନରେ।

କିଛି ଲୋକ ଶନିବାର ଧନତେରସ ମନାଉଥିବାରୁ ଏହି ଦିନ କ’ଣ କିଣୁଛନ୍ତି ସେ ଉପରେ ବିଶେଷ ଧ୍ୟାନ୍‌ ଦିଅନ୍ତୁ। ସାଧାରଣତଃ ଲୋକେ ଧନତେରସରେ ଲୁହା ସାମଗ୍ରୀ କିଣିଥାନ୍ତି। ମାତ୍ର ଏଥର ଧନତେରସ ଶନିବାର ପଡୁଥିବାରୁ ଲୁହା ଜିନିଷ କିଛି କିଣନ୍ତୁ ନାହିଁ। ବିଶ୍ବାସ ରହିଛି ଯେ ଶନିବାର ଲୁହା ଜିନିଷ  ଦ୍ବାରା ଶନିଦେବ କୋପ କରିଥାନ୍ତି। ଶନିବାର କଇଁଚି କିଣିବାକୁ ବି ବାରଣ କରାଯାଇଛି। ଏହାବ୍ୟତୀତ କଳା କପଡ଼ା, ଖାଦ୍ୟ ସାମଗ୍ରୀ, ଚକି ଆଦି ବି ନକିଣିଲେ ଭଲ।

ଏହା କେବଳ ଏକ ବିଶ୍ବାସର କଥା। ଏହାକୁ ନେଇ ସେପରି କୌଣସି ଦୃଢ଼ ଯୁକ୍ତି ଆମ ନିକଟରେ ନାହିଁ। ଆପଣ ଚାହିଁଲେ ଏହାକୁ ନମାନି ବି ପାରନ୍ତି।

ସମ୍ବନ୍ଧିତ ଖବର