ଜାଣନ୍ତୁ ଧନ୍‌ତେରସ କ’ଣ ଏବଂ ଏହି ଦିନ କ’ଣ କରାଯାଏ?

ଧନ୍‌ ତେରସ ହେଉଛି ଦୀପାବଳିର ଦିନ। ଚଳିତ ବର୍ଷ ଏହା ଅକ୍ଟୋବର ୧୭ ତାରିଖ(ମଙ୍ଗଳବାର)ରେ ପଡ଼ୁଛି।ଏହା ଧନ ତ୍ରୟୋଦଶୀ ବା ଛୋଟା ଦିଓ୍ଵାଲୀ ଭାବେ ମଧ୍ୟ କଥିତ।ଧନ୍‌ତେରସର ଅର୍ଥ ହେଲା ସଂପଦ ଓ ସମୃଦ୍ଧି। ଏହି ଦିନ ଲୋକେ ସାଧାରଣତଃ ସୁନା କିଣିଥା’ନ୍ତି।

ଧନ୍‌ ତେରସ ହେଉଛି ଏଭଳି ଏକ ଦିନ,ଯେଉଁଦିନ ସୁନା ଓ ନୂଆ ପରିଧାନ କ୍ରୟ କରାଯାଇଥାଏ।ଲକ୍ଷ୍ମୀଙ୍କ ପୂଜନ ପୂର୍ବରୁ ଘରର ମହିଳାମାନେ ରଙ୍ଗୋଲି ପ୍ରସ୍ତୁତ କରିଥାଆନ୍ତି ଓ ଭକ୍ତିଗୀତ ଗାନ କରିଥା’ନ୍ତି।ଏହି ଦିନ ମହାଲକ୍ଷ୍ମୀଙ୍କ ସହିତ ଧନର ଦେବତା କୁବେରଙ୍କୁ ମଧ୍ୟ ପୂଜା କରାଯାଇଥାଏ।

ଧନ୍‌ ତେରସ ଦିନ ସୁନା ଅଳଙ୍କାର,ରୂପା,ବାସନକୁସନ ଓ କପଡ଼ା କିଣାଯାଇଥାଏ।ଅକ୍ଟୋବର ୧୭ ତାରିଖ ଦିନସାରା ଏଥର ଶୁଭ ମୁହୂର୍ତ୍ତ ରହିଛି।
ଧନ୍‌ତେରସ ସଂପର୍କରେ ଏକ ପୌରାଣିକ କିମ୍ବଦନ୍ତୀ ରହିଛି।ତାହା ହେଲା-ରାଜ ହିମଙ୍କର ୧୯ ବର୍ଷ ପୁଅଙ୍କୁ ଜନ୍ମ କୁଣ୍ଡଳୀଦେଖି ଭବିଷ୍ୟବାଣୀ କରାଯାଇଥିଲା ଯେ,ବାହାଘରର ତଚୁର୍ଥ ଦିନ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହେବ। ଯେଉଁଦିନ ମୃତ୍ୟୁ ହେବ ବୋଲି ଭବିଷ୍ୟବାଣୀ ହୋଇଥିଲା,ସେ

ଦିନ ସଦ୍ୟ ବିବାହିତ ଯୁବକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଶୋଇବାକୁ ଦେଲେ ନାହିଁ ଏବଂ ନିଜର ସମସ୍ତ ମୂଲ୍ୟବାନ ଗହଣା ଏକ ପାତ୍ରରେ ରଖି ଗୃହର ପ୍ରବେଶ ଦ୍ୱାରରେ ଦୀପ ପ୍ରଜ୍ଜଳନ କରିଥିଲେ।ସେ ତାଙ୍କ ସ୍ୱାମୀ ଯେପରି ନ ଶୁଅନ୍ତି ସେଥିପାଇଁ ଗୀତ ଗାଇବାରେ ଲାଗିଥିଲେ।
ପର ଦିନ ସକାଳେ ମୃତ୍ୟୁର ଭଗବାନ ଯମ ସେଠାରେ ପହଁଞ୍ଚବା ବେଳକୁ ଉଜ୍ଜ୍ୱଳତାରେ ତାଙ୍କର ଆଖିଟି ଝଲସିଉଠିଲା,ଯେଉଁଥି ପାଇଁ ସେ ଘର ଭିତରେ ପ୍ରବେଶ କରିପାରିନଥିଲେ।ଯମ ନୀରବରେ ସ୍ଥାନତ୍ୟାଗ କରିଥିଲେ।ଏହା ଫଳରେ ସ୍ୱାମୀଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହୋଇଥିଲେ ପତ୍ନୀ।

photo-speaking tree

ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଶୈଳୀରେ ଧନ୍‌ତେରସ ପାଳିତ ହୋଇଥାଏ।ଏହିଦିନ ଧନିଆଗୁଣ୍ଡରେ ପ୍ରସ୍ତୁତ ମିଷ୍ଟାନ୍ନ ପ୍ରସ୍ତୁତ କରାଯାଇ ସ୍ୱତନ୍ତ୍ର ନୈବଦ୍ୟ ମହାଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ।ଦକ୍ଷିଣ ଭାରତରେ ଧନ୍‌ତେରସ ଦିନ ଗୋମାତାଙ୍କୁ ସୁନା ଅଳଙ୍କାରରେ ସଜାଯାଇ ପୂଜା କରାଯାଇଥାଏ। ଦୋକାନ ଘର ବା ବ୍ୟାବସାୟିକ ପ୍ରତିଷ୍ଠାନ ମାନଙ୍କୁ ସଜାଯାଇ ଦୀପ ପ୍ରଜ୍ଜ୍ୱଳିତ କରାଯାଇଥାଏ।

 

 

ସମ୍ବନ୍ଧିତ ଖବର