ଆଜିଠାରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ଦୀପାବଳି ମହୋତ୍ସବ; ଜାଣନ୍ତୁ କେଉଁ ଦିନରେ କେଉଁ ଠାକୁରଙ୍କୁ ପୂଜିବେ

ନୂଆଦିଲ୍ଲୀ: ଦୀପାବଳି ମହୋତ୍ସବ ଧନତେରସରୁ ଆରମ୍ଭ ହୋଇ ଭାଇ-ଦୁଜ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲେ। ଏଥି ମଧ୍ୟରୁ ପ୍ରଥମ ଦିନ ଆୟୁର୍ବେଦ ଓ ଔଷଧର ଦେବତା ଧନତେରସଙ୍କୁ ପୂଜା କରାଯାଏ। ପରଦିନ, ଅର୍ଥାତ ଚତୁର୍ଦଶୀ ଦିନ ଧର୍ମରାଜ ଯମଙ୍କ ପୂଜା କରାଯାଏ। ଅମାବାସ୍ୟା, ଅର୍ଥାତ ଦୀପାବଳି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରାଯାଏ। ଦୀପାବଳୀର ପରଦିନ, ଅର୍ଥାତ ପ୍ରତିପଦା ଦିନ ଗୋବର୍ଦ୍ଧନ ପୂଜା କରାଯାଏ। ତା’ପରଦିନ ଅର୍ଥାତ ଭାଇ-ଦୁଜ ଦିନ ଦୀପାବଳି ମହୋତ୍ସବ ପୂରା ହୋଇଥାଏ। ଦୀପାବଳୀର ଏହି ୫ ଦିନ ଜୀବନର ୫ଟି ମହତ୍ୱପୂର୍ଣ୍ଣ କଥାକୁ ବାଖ୍ୟା କରିଥାଏ। ଏହି ମହୋତ୍ସବରେ ମୃତ୍ୟୁ, ଧନ, ପ୍ରକୃତି, ପ୍ରେମ ଓ ସଦ୍‌ଭାବର ସନ୍ଦେସ ଲୁଚି ରହିଛି। ଏହି ୫ଟି କଥା ହିଁ ଏକ ଜୀବନକୁ ସଂପୂର୍ଣ୍ଣ କରିଥାଏ।

ଧନତେରସ ଦିନ ମହୋଦଧୀ ମନ୍ଥନରୁ ଅମୃତ କଳସ ବାହାରି ଥିଲା ବୋଲି ବିଶ୍ୱାସ କରାଯାଏ। ଅମୃତ ସୁସ୍ଥ ରହିବାର ମହୋଷଧୀ। ଏହି ଦିନ ଏହା ବାର୍ତ୍ତା ଦିଏ ଯେ ଭଗବାନଙ୍କୁ ଆଉ କିଛି ମାଗିବା ପୂର୍ବରୁ ପ୍ରଥମେ ସୁସ୍ୱାସ୍ଥ୍ୟ ମାଗିବା ଉଚିତ।

ଦ୍ୱିତୀୟ ଦିନ ଧର୍ମରାଜ ଯମଙ୍କୁ ପୂଜା କରାଯାଇ ଜୀବନ ମାଗାଯାଏ। ଜୀବନ ରହିଲେ ହିଁ ବାକି କଥା ବ୍ୟକ୍ତି ଚିନ୍ତା କରିପାରେ। ଏହି ପାଇଁ ଦ୍ୱିତୀୟ ଦିନଟି ଯମଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

Encyclopedia Britannica

ଦୀପାବଳି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରାଯାଇ ଧନଧାନ୍ୟ ସହ ଶାନ୍ତି, ସମୃଦ୍ଧି ପାଇଁ ଭକ୍ତମାନେ ପ୍ରାର୍ଥନା କରିଥାନ୍ତି।

ଚତୁର୍ଥ ଦିନଟି ଅର୍ଥାତ ଗୋବର୍ଦ୍ଧନ ପୂଜା ଦିନ ଇନ୍ଦ୍ର ଦେବତାଙ୍କ ପୂଜା କରିବା ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ଖୁସି କରିବା ପାଇଁ ଗୋବର୍ଦ୍ଧନ ପର୍ବତ ଉଦେଶ୍ୟରେ ପ୍ରକୃତି ସଂରକ୍ଷଣର ଶପଥ ନେବା ପାଇଁ ହୋଇଥାଏ।

ପଞ୍ଜମ ଦିନ ଅର୍ଥାତ ଭାଇ-ଦୁଜ ଦିନ କଥା ରହିଛି ଯେ ଯମ ଦେବତା ତାଙ୍କ ଭଉଣୀ ଯମୁନାଙ୍କୁ ଭେଟିବାକୁ ଯାଇଥାନ୍ତି। ଏହି ଦିନ ଭାଇ-ଉଭଣୀମାନଙ୍କ ମଧ୍ୟରେ ପ୍ରେମ ଓ ସଦ୍‌ଭାବ ବାଣ୍ଟିବାର ଦିନ।

ସମ୍ବନ୍ଧିତ ଖବର