ଗାଡ଼ି ଚଳାଇବାର ସଉକ ପାଇଁ ୧୨ବର୍ଷ ପରେ ପାଠ ପଢ଼ିଲେ ସାଧୁ, ଲାଇସେନ୍ସ ପାଇଁ ଦେଲେ ଅଷ୍ଟମ ପରୀକ୍ଷା
ଧାର(ମଧ୍ୟପ୍ରଦେଶ) : ବାଇକ୍ ଚଳାଇବା ପାଇଁ ଲାଇସେନ୍ସର ଆବଶ୍ୟକତା ରହିଥାଏ ଏବଂ ଲାଇସେନ୍ସ କରିବା ପାଇଁ ଅଷ୍ଟମ ଶ୍ରେଣୀ ପାସ୍ କରିବାର ଆବଶ୍ୟକତା ରହିଥାଏ । ଲାଇସେନ୍ସ କରିବାର ଇଚ୍ଛା ଜଣେ ସାଧୁଙ୍କୁ ପଢ଼ିବା ଏବେ ପାଇଁ ପ୍ରେରିତ କରିଥିବା ଜଣା ପଡ଼ିଛି । ବରଦାୟକ ବିଶ୍ୱମଙ୍ଗଳ ହନୁମାନ ମନ୍ଦିର ଖିଲେଡିର ସନ୍ଥ ଅବଧନନ୍ଦନଦାସ ମହାରାଜ ଏବେ ପରୀକ୍ଷାର୍ଥୀଙ୍କ ଭାବେ ଅଷ୍ଟମ ପରୀକ୍ଷା ଦେଉଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, ଲାଇସେନ୍ସ କରିବା ହେଉଛି ଏକ ବାହାନା । ଅସଲରେ ମୋ ମନରେ ୧୨ବର୍ଷ ପରେ ପଢ଼ିବାର ଇଚ୍ଛା ଜାଗ୍ରତ ହୋଇଥିବାରୁ ମୁଁ ପଢ଼ିବା ପାଇଁ ଇଚ୍ଛା କରିଛି । ଗାଡ଼ିର କୌଣସି ଅଭାବ ନାହିଁ । ଭକ୍ତମାନେ ଗାଡ଼ି ନେଇ ମୋତେ ନେବାକୁ ଆସି ଯାଆନ୍ତି । କିନ୍ତୁ ଲାଇସେନ୍ସ କରିବା ବାହାନାରେ ମୁଁ ଆଉ ଥରେ ପଢ଼ିବାର ସୁଯୋଗ ପାଇଛି । ଆଗକୁ ମଧ୍ୟ ପଢ଼ିବି ବୋଲି ସନ୍ଥ ମହାରାଜ କହିଛନ୍ତି ।
ସୂଚନା ମୁତାବକ, ୨୦୦୭-୨୦୦୮ରେ ସନ୍ଥ ଅବଧନନ୍ଦନଦାସ ମହାରାଜ ପଞ୍ଚମ ଶ୍ରେଣୀ ପରୀକ୍ଷାରେ ୭୫ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲି । କିନ୍ତୁ ଏହା ପରେ ଆଗକୁ ନ ପଢ଼ି ସନ୍ୟାସୀ ବନି ଯାଇଥିଲେ ।