ଆଜି ଧରିତ୍ରୀ ଦିବସ। ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି ବର୍ଷ ଆଜି ଦିନରେ ଏହି ଦିବସ ପାଳନ କରାଯାଉଛି। ସୂଚନାଯୋଗ୍ୟ, ୧୯୬୦ ଦଶକ ବେଳକୁ ପରିବେଶ ପ୍ରଦୂଷଣର ପ୍ରଭାବ ସମ୍ପର୍କରେ ଆମେରିକୀୟମାନେ ସଚେତନ ହୋଇପାରିଥିଲେ। ତେବେ ୧୯୬୯ରେ ଛାତ୍ରମାନଙ୍କର ଭିଏତନାମ ଯୁଦ୍ଧ ବିରୋଧୀ ପ୍ରତିବାଦ ପ୍ରଦର୍ଶନରେ ଉତ୍ସାହିତ ହୋଇ ଛାତ୍ରମାନଙ୍କୁ ଅନୁରୂପ ଭାବେ ପରିବେଶ ସଚେତନତାରେ ସାମିଲ କରିବା ପାଇଁ ୧୯୭୦ ଏପ୍ରିଲ ୨୨ ତାରିଖରେ ଆମେରିକାର ସିନେଟର ଗେଲର୍ଡ ନେଲସନ୍ ପ୍ରଥମେ ଏକ ପ୍ରସ୍ତାବ ଆଣିଥିଲେ। ଧୀରେ ଧୀରେ ପରିବେଶର ସୁରକ୍ଷା ପାଇଁ ବିଶ୍ବବ୍ୟାପୀ ଜନଜାଗରଣ ସୃଷ୍ଟି ହୋଇଥିଲା ଏବଂ ୧୯୯୦ ବେଳକୁ ୧୪୦ଟି ଦେଶର ପ୍ରାୟ ୨୦ କୋଟି ଜନତା ଧରିତ୍ରୀ ଦିବସ ପାଳନରେ ସାମିଲ ହୋଇଥିଲେ। ଏହି ଦିବସ ପାଳନ ଦ୍ବାରା ଆମେ ପୃଥିବୀ ସହ କେତେ ଘନିଷ୍ଠ ଭାବେ ଜଡ଼ିତ, ତାହା ସ୍ମରଣ କରିବା ସହ ତାହାର ସୁରକ୍ଷା ପାଇଁ ଆମର ଦାୟିତ୍ବ ସମ୍ପର୍କରେ ମଧ୍ୟ ଅବଗତ ହୋଇପାରିବା। ବିଶେଷ କରି ଆଜିର ଦିନରେ ଆମେ ଏକାଠି ହୋଇ ପୃଥିବୀ ପ୍ରତି ଆମର ସମର୍ଥନ ପ୍ରଦର୍ଶନ ସହ ତାହାର ସୁରକ୍ଷା ପାଇଁ ସଂକଳ୍ପ ନେବା। ଚଳିତ ବର୍ଷ ଧରିତ୍ରୀ ଦିବସ ପାଳନର ପ୍ରସଙ୍ଗ ରହିଛି ‘ଆମ ଗ୍ରହ ପାଇଁ ପୁଞ୍ଜିନିବେଶ’। ଅର୍ଥାତ୍ ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ନିଷ୍କାସନ ଓ ଜୀବାଶ୍ମ ଇନ୍ଧନ ଭଳି ସମ୍ବଳ ଉପରେ ନିର୍ଭରଶୀଳତାକୁ କମାଇବା ଦିଗରେ ଯଥାସାଧ୍ୟ ଉଦ୍ୟମ କରିବା।
ଧରିତ୍ରୀ ଦିବସ ଆଜି
/sambad/media/post_attachments/wp-content/uploads/2023/04/4sf654f65fhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)