ହାରିବା କଥା ମନେ ପକାଇଲେ ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଦିନେ ବାଣୀବିହାର କ୍ୟାମ୍ପସ୍‌ରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ପରସ୍ପର ବିରୋଧରେ ଲଢ଼ିଥିଲେ। ଶ୍ରୀ ସାହୁ ଜିତିଥିବା ବେଳେ ମନ୍ତ୍ରୀ ଶ୍ରୀ ପ୍ରଧାନ ହାରି ଯାଇଥିଲେ। ଏହି ସ୍ମୃତିକୁ ମନେ ପକାଇ ‌କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ମୁଁ ହାରିଥିବା କଥା କହିବାକୁ ଅରୁଣ ସଙ୍କୋ‌ଚ କରୁଛନ୍ତି। କିନ୍ତୁ ସତ ସବୁବେଳେ ସତ। ଅରୁଣଙ୍କଠାରୁ ହାରିଯିବା କାରଣରୁ ମୁଁ ଏହି ଜାଗାରେ ଅଛି। ଅରୁଣ ବି ଉଚ୍ଚ ଜାଗାରେ ରହିଛନ୍ତି। ଅରୁଣ ୩୦ବର୍ଷ ତଳେ ଯେମିତି ଥିଲେ, ଆଜି ବି ସେ‌ମିତି ରହିଛନ୍ତି।

ସେ ଆହୁରି କହିଲେ, ଷଷ୍ଠ ସେମିଷ୍ଟର୍‌ରେ ପଢ଼ିବା ସମୟରେ ୩ ନମ୍ବର ଛାତ୍ରାବାସରେ ବଡ଼ ଭାଇ ପ୍ରସାଦ ହରିଚନ୍ଦନଙ୍କ ପରି ଜଣେ ବାଗ୍ମୀ ବିଦ୍ୟାର୍ଥୀଙ୍କ ସହ ରହିବାର ସୁଯୋଗ ପାଇଥିଲି। ତାହା ମୋତେ ପୁଲ୍ଲକିତ କରିଥିଲା। ବିଧାନସଭାକୁ ପ୍ରଥମଥର ଯେତେବେଳେ ଜିତି କରି ଆସିଥିଲି, ପ୍ରଶ୍ନ କିଭଳି ପଚରାଯିବ, ସେନେଇ ପ୍ରଫୁଲ୍ଲ ଘଡ଼ାଇଙ୍କଠାରୁ ପାଠ ପଢ଼ିବାକୁ ଯାଇଥିଲି। ‌ସେତେବେଳେ ସେ ମୋତେ ଗୁରୁମନ୍ତ୍ର ଦେଇଥିଲେ। ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ସଂସ୍ପର୍ଶରେ ଆସିଥିଲି। ଏଭଳି ତିନିଜଣ ବ୍ୟକ୍ତିଙ୍କ ସହ ମଞ୍ଚରେ ରହିବା ମୋ ପାଇଁ ପରମ ଆନନ୍ଦ ଓ ସୌଭାଗ୍ୟର ଦିନ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର