କଳିଙ୍ଗ ଯୁଦ୍ଧର ମୂକସାକ୍ଷୀ ଦୟା ନଦୀ କୂଳରେ ଧଉଳିି ଶାନ୍ତିସ୍ତୁପ ଅବସ୍ଥିତ। ଏହା ବୌଦ୍ଧ ଧର୍ମର ଶାନ୍ତି ଓ ଅହି˚ସାର ପ୍ରତୀକ। ଏହାକୁ ‘ପିସ୍‌ ପାଗୋଡ଼ା’ କୁହାଯାଏ। ବିହାରର ରାଜଗିର ଠାରେ ପ୍ରଥମ ଶାନ୍ତିସ୍ତୂପ ନିର୍ମିତ ହୋଇଥିଲା ଏବ˚ ଧଉଳି ଶାନ୍ତିସ୍ତୁପ ଦେଶର ଦ୍ୱିତୀୟ। ଧଉଳି ଶାନ୍ତିସ୍ତୂପ ନିର୍ମାଣର ଯୋଜନା ପ୍ରସ୍ତୁତ କରିଥିଲେ ବିହାରର ତତ୍‌କାଳୀନ ରାଜ୍ୟପାଳ ନିତ୍ୟାନନ୍ଦ କାନୁନ୍‌ଗୋ। ସେହି ସମୟରେ ଜାପାନର ବୌଦ୍ଧ ଧର୍ମ ଗୁରୁ ଫୁଜି, ଭାରତ ଭ୍ରମଣରେ ଆସି କିଛି ଦିନ ବିହାରରେ ରହିଥିଲେ। ନିତ୍ୟାନନ୍ଦଙ୍କ ଅନୁରୋଧରେ ସେ ଓଡ଼ିଶା ଆସିଥିଲେ ଏବ˚ ଧଉଳି ପାହାଡ଼ ପରିଦର୍ଶନ କରିଥିଲେ। ପରେ ଭାରତ ଓ ଜାପାନର ମିଳିତ ଉଦ୍ୟମରେ ଧଉଳି ଠାରେ ଶାନ୍ତିସ୍ତୂପ ନିର୍ମାଣ ସମ୍ଭବ ହୋଇଥିଲା। ୧୯୭୨ ନଭେମ୍ବର ୮ ତାରିଖରେ ଏହା ଉଦ୍‌ଘାଟିତ ହୋଇଥିଲା। ଧଉଳିର ପ୍ରାଚୀନ ଇତିହାସ ଓ ଧାର୍ମିକ ମହତ୍ତ୍ବ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

Advertisment

publive-image ExcitingIndia

ଏକଦା ଧଉଳି ପାହାଡ଼ର ଅନ୍ୟ ନାଁ ଥିଲା ସୁରଭିଗିରି ଏବ˚ ଏହାର ଶିଖରରେ ଏକ ଭେଷଜ ଉପବନ ଥିଲା। ସମ୍ରାଟ୍‌ ଅଶୋକ ଓ କଳିଙ୍ଗ ସେନା ମଧ୍ୟରେ ଖ୍ରୀ.ପୂ.୨୬୧ରେ ଏଠାରେ ‘କଳିଙ୍ଗ ଯୁଦ୍ଧ’ ହୋଇଥିଲା। ପ୍ରାୟ ଏକ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଏବ˚ ଦେଢ଼ ଲକ୍ଷ ଆହତ ଓ ବନ୍ଦି ହୋଇଥିଲେ। ଯୁଦ୍ଧର ଭୟବହତା ଓ କରୁଣ ପରିଣତି ସମ୍ରାଟ୍‌ ଅଶୋକଙ୍କ ହୃଦୟରେ ଗଭୀର ଭାବେ ରେଖାପାତ କରିଥିଲା। ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବ˚ ଚଣ୍ତାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ସମ୍ରାଟ୍‌ ଅଶୋକଙ୍କ ଶାସନ ପଦ୍ଧତି, ଯୁଦ୍ଧ ଓ ଶାନ୍ତି ସମ୍ପର୍କିତ ବିବରଣୀ ଶିଳା-ଖୋଦିତ ବ୍ରାହ୍ମୀ ଲିପିରେ ଉଲ୍ଲେଖ ରହିଛି। ଏହା ଭାରତର ସବୁଠାରୁ ପ୍ରାଚୀନ ଶିଳାଲିପି। ଏହି ଶିଳା-ଲିପିରେ ଦୁନିଆର କଲ୍ୟାଣ ପାଇଁ ଅଶୋକ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ଧଉଳିର ଦକ୍ଷିଣ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଶିଳାହସ୍ତୀକୁ ମହାଭାରତ ସମୟର ଅଶ୍ବତ୍‌ଥାମା ହସ୍ତୀ ଭାବେ ନାମିତ କରାଯାଇଛି।

publive-image commons.wikimedia.org