ମୁକେଶ ଅମ୍ବାନୀଙ୍କ ପାଇଁ ବାପା ରଖିଥିଲେ ଏଭଳି ଶିକ୍ଷକ, ଯିଏ ପାଠ ନପଢ଼ାଇ ଦେଉଥିଲେ ଏଭଳି ଶିକ୍ଷା

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଏବେ କେବଳ ଭାରତର ନୁହେଁ ବରଂ ସମ୍ପୂର୍ଣ୍ଣ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ଫୋବର୍ସ ରିୟଲ ଟାଇମ୍ ବିଲେନିୟର ଇଣ୍ଡେକ୍ସରେ ଏବେ ସେ ଆଦାନୀଙ୍କଠାରୁ ୪ଟି ସ୍ଥାନ ଉପରେ ଅର୍ଥାତ ୯ମ ସ୍ଥାନରେ ରହିଥିବା କୁହାଯାଉଛି।

ମୁକେଶ ଅମ୍ବାନୀଙ୍କ ପାଠପଢ଼ାକୁ ନେଇ ଏକ ମଜ‌ାଳିଆ ଖବର ସ‌ାମ୍ନାକୁ ଆସିଛି। କୁହାଯାଉଛି କି ମୁକେଶଙ୍କ ବାପା ଧୀରୁଭାଇ ଅମ୍ବାନୀ ପୁଅର ପାଠପଢ଼ା ପାଇଁ ଏମିତି ଜଣେ ଶିକ୍ଷକଙ୍କୁ ରଖିଥିଲେ, ଯିଏକି ପାଠ ପଢ଼ାଉ ନଥିଲେ। କିନ୍ତୁ ସାଧାରଣ ଜ୍ଞାନର ସମସ୍ତ ଦିଗ ମୁକେଶଙ୍କୁ ଶିଖାଉଥିଲେ।  ଏଭଳି ଶିକ୍ଷକଙ୍କୁ ଖୋଜିବା ପାଇଁ ଧୀରୁଭାଇ ଖବର କାଗଜରେ ବିଜ୍ଞାପନ ବି ଦେଇଥିଲେ।

ରିଲାଏନ୍ସ ଫାଉଣ୍ଡର ଖବର କାଗଜରେ ବିଜ୍ଞାପନ ଛାପି ଲେଖିଥିଲେ, ‘ଆମକୁ ଏଭଳି ଜଣେ ଶିକ୍ଷକ ଆବଶ୍ୟକ ଯିଏକି ସ୍କୁଲ ପାଠ୍ୟକ୍ରମ ପଢ଼ାଇବେ ନାହିଁ। ବରଂ ସାଧାରଣ ଜ୍ଞାନ ଯେଉଁ ଶିକ୍ଷକ ଦେଇ ପାରିବେ, ସେଭଳି ଶିକ୍ଷକ ଆବଶ୍ୟକ ରହିଛି।’

ମୁକେଶ ଅମ୍ବାନୀ ନିଜେ ଏହି କଥାକୁ ସ୍ବୀକାର କରି କହିଛନ୍ତି, ‘ବହୁତ ଖୋଜିବା ପରେ ଯାଇ ମୋ ପାଇଁ ବାପା ମହେନ୍ଦ୍ରଭାଇଙ୍କୁ ଶିକ୍ଷକ ଭାବେ ବାଛିଥିଲେ। ପାଠ୍ୟ ପୁସ୍ତକ ଅପେକ୍ଷା ସାଧାରଣ ଜ୍ଞାନ କିପରି ବଢ଼ିବ ସେପ୍ରତି ବାପା ବିଶେଷ ଦୃଷ୍ଟି ଦେଉଥିଲେ। ଆଉ ମହେନ୍ଦ୍ରଭାଇ ବି ମୋତେ ସେ ଦିଗରେ ଉଚିତ ଶିକ୍ଷା ଦେଉଥିଲେ।’

୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଧୀରୁଭାଇ ଅମ୍ବାନୀ ସମସ୍ତଙ୍କ ଠାରୁ ଭିନ୍ନ ଥିଲେ, ତାଙ୍କ ଚିନ୍ତାଧାରା ବି ଭିନ୍ନ ରହିଥିଲା। ବାପାଙ୍କ ପଦାଙ୍କ ଅନୁସରଣ କରିଥିବାରୁ ଆଜି ମୁକେଶ ଅମ୍ବାନୀ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି।

ସମ୍ବନ୍ଧିତ ଖବର