ଥରେ ରାଜା ଦ୍ରୁପଦ ଏକ ନଗରରେ ପହଞ୍ଚିଲେ। ସେହି ନଗରରେ ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ବ୍ରାହ୍ମଣମାନେ ରହୁଥିଲେ। ସେଠାରେ ଥିବା ଦୁଇଜଣ ବ୍ରାହ୍ମଣଙ୍କୁ ଭେଟିଲେ ରାଜା। ପ୍ରଥମେ ସେ ସାନଭାଇଙ୍କୁ ଭେଟିଲେ ଏବଂ ନିଜର ମନ କଥା କହିଲେ ଯେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତ ହେଉ। ସାନ ଭାଇ ବଡ଼ ଭାଇଙ୍କ ସହୟତା ଲୋଡ଼ିବାକୁ ପରାମର୍ଶ ଦେଲେ। ଏହାପରେ ରାଜା ଦ୍ରୁପଦ ବଡ଼ ବ୍ରାହ୍ମଣଙ୍କୁ ପୁତ୍ର ପ୍ରାପ୍ତି ଲାଗି ଯଜ୍ଞ କରିବାର ପ୍ରାର୍ଥନା କରିଲେ। ସେ ମଧ୍ୟ ରାଜିହେଲେ ଏବଂ ଯଜ୍ଞାନୁଷ୍ଠାନ କରିଲେ।

Advertisment

publive-image
ସେହି ଯଜ୍ଞକୁଣ୍ଡରୁ ଜଣେ ଦିବ୍ୟକୁମାର ପ୍ରକଟ ହେଲେ। ସେହି ଦିବ୍ୟକୁମାର ଯଜ୍ଞ କୁଣ୍ଡରୁ ବାହାରିବା ମାତ୍ରେ ଗର୍ଜନ କରିବାରେ ଲାଗିଲେ। ସେ ରଥରେ ବସି ଏଣେ ତେଣେ ବୁଲିବାରେ ଲାଗିଲେ। ସେହି ହବନ କୁଣ୍ଡରୁ ଆଉ ଜଣେ କୁମାରୀ କନ୍ୟାଙ୍କର ଆବିର୍ଭାବ ହେଲା। ଶ୍ୟାମଳାଙ୍ଗୀ ଏହି କନ୍ୟାକୁ ଦେଖି ସମସ୍ତେ ଭାବିଲେ,ଏଇ କୌଣସି ଦେବ କନ୍ୟା ଏବଂ ସେ ମନୁଷ୍ୟ ରୂପ ଧାରଣା କରି ଧରାପୃଷ୍ଠରେ ଅବତରିତ ହୋଇଛନ୍ତି। ଅପରପକ୍ଷରେ ଦିବ୍ୟ କୁମାର ଜଣେ ଖୁବ୍‌ ଶକ୍ତିମାନ୍‌ ଓ ରୂପବାନ୍‌ ଯୁବକ ଥିଲେ,ଯିଏ କର୍ଣ୍ଣରେ କୁଣ୍ଡଳ ଧାରଣ କରିଥିଲେ। ଏଥିପାଇଁ ତାଙ୍କ ନାମ ରଖାଗଲା ଧ୍ରୁଷ୍ଟଦ୍ୟୁମ୍ନ।