ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ଧ୍ରୁବ ରାଠି ବାପା ହୋଇଯାଇଛନ୍ତି। ତାଙ୍କର ଜର୍ମାନ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ଧ୍ରୁବ ରାଠି ବାପା ହେବା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।
ଧ୍ରୁବ ରାଠି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ପୁଅର ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ତାଙ୍କ ନବଜାତ ପୁଅକୁ ନିଜ କୋଳରେ ଧରି ବସିଥିବାବେଳେ ଅନ୍ୟ ଫଟୋରେ ଶିଶୁ ଶୋଇଥିବାର ଦେଖିବାକୁ ମିଳୁଛି।
ଧ୍ରୁବ ଏକ୍ସରେ ଏହି ଫଟୋ ସେୟାର କରି ଲେଖିଛନ୍ତି, ଆମର ଛୋଟ ପୁଅକୁ ଏହି ଦୁନିଆରେ ସ୍ୱାଗତ କରୁଛି।
ଏହାପୂର୍ବରୁ ଜୁଲାଇ ମାସରେ ଧ୍ରୁବ ରାଠି ତାଙ୍କ ପତ୍ନୀଙ୍କ ବେବି ବମ୍ପ ସହିତ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋ ସେୟାର କରି ଧ୍ରୁବ ଲେଖିଥିଲେ ସେପ୍ଟେମ୍ବର ମାସରେ ଶିଶୁ ଦୁନିଆକୁ ପ୍ରବେଶ କରିବାକୁ ଯାଉଛି। ଜୁଲାଇ ୯ ତାରିଖରେ ଧ୍ରୁବ ଏବଂ ତାଙ୍କ ପତ୍ନୀ ଜୁଲି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ଜୁଲି ଗର୍ଭବତୀ ଥିବା ସୂଚନା ଦେଇଥିଲେ।
Welcoming our little baby boy to the world ♥️ pic.twitter.com/pv07hghrgx
— Dhruv Rathee (@dhruv_rathee) September 21, 2024
ଧ୍ରୁବଙ୍କ ପତ୍ନୀ ଜୁଲି ଜର୍ମାନର। ଉଭୟଙ୍କ ପ୍ରଥମ ଦେଖା ୨୦୧୪ମସିହାରେ ହୋଇଥିଲା । ସେତେବେଳେ ଧ୍ରୁବଙ୍କୁ ମାତ୍ର ୧୯ବର୍ଷ ହୋଇଥିଲା। ସେ ସ୍କୁଲରେ ପାଠପଢ଼ୁଥିଲେ। ଏହାପରେ, ଧୀରେ ଧୀରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ତା’ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ୨୦୨୧ରେ ଧ୍ରୁବ ଓ ଜୁଲିଙ୍କ ଅଷ୍ଟ୍ରିୟାରେ ବିବାହ ହୋଇଥିଲା।