ଦିନକୁ ୫ଘଣ୍ଟା ପରିଶ୍ରମ କରି ଯୁବକ ହୀରାରେ ଆଙ୍କିଲେ ମୋଦୀଙ୍କ ଚିତ୍ର

ସୁରଟ: ସୁରଟରେ ଜଣେ ଯୁବକ ହୀରାରେ ଏକ ସୁନ୍ଦର କଳାକୃତ୍ତି ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଉକ୍ତ ଯୁବକ ଜଣକ ହୀରାକୁ ଭାରତ ମାନଚିତ୍ରର ଆକାର ଦେଇ ସେଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିତ୍ର ଆଙ୍କିଛନ୍ତି।

ଆକାଶ ସଲିଆ ନାମକ ଯୁବକ ଲେଜର ଇନସ୍କ୍ରିପସନ୍‌ ଦ୍ୱାରା ଦେଢ଼ କ୍ୟାରେଟର ହୀରାକୁ ଭାରତ ମାନଚିତ୍ରର ଆକୃତି ଦେବା ସହିତ ସେଥିରେ ମୋଦୀଙ୍କ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳିଛି। ସେ ଏବେ ଏହି ହୀରାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପହାର ଦେବାକୁ ଚାହୁଁଥିବା କହିଛନ୍ତି।

ସୁରଟର କତାରଗ୍ରାମରେ  ଆକାଶ ସଲିଆ ବସବାସ କରନ୍ତି। ୨୦୧୪-୧୫ରେ ଆକାଶ ଇଣ୍ଟରନାସନାଲ ସ୍କୁଲ ଅଫ ଜେମ୍ସ ଆଣ୍ଡ ଜୁଏଲରିରେ ଅଧ୍ୟୟନ କରୁଥିବା ସମୟରେ ଏହି ହୀରାକୁ ଭାରତ ମାନଚିତ୍ରର ଆକୃତି ଦେବା କାମ ଆରମ୍ଭ କରିଥିଲେ।

ଆକାଶଙ୍କ କହିବାନୁସାରେ, ‘୧୯୯୮ ମସିହାରେ ମୋର ଜଣେ ସମ୍ପର୍କୀୟ ଏକ ତିନି କ୍ୟାରେଟର ହୀରା କିଣିଥିଲେ। ସେହି ସମୟରେ ତା’ର ମୂଲ୍ୟ ୪୫ହଜାର ଟଙ୍କା ଥିଲା। ୧୪ବର୍ଷ ପରେ ଏହି ହୀରାକୁ ଯେତେବେଳେ ଦେଖିଥିଲି, ସେଥିରେ ଭାରତର ମାନଚିତ୍ର ଆଙ୍କିବା ପାଇଁ ସ୍ଥିର କରିଥିଲି। ଏହାପରଠାରୁ ମୁଁ ଏହି ହୀରା ଉପରେ ମୋର କଳାକୃତ୍ତି ଦେଖାଇବା କାମ ଆରମ୍ଭ କରି ଦେଇଥିଲି। ହୀରା ଉପରେ କଳାକୃତ୍ତି ଦେଖାଇବା କିଛି ସହଜ କଥା ନଥିଲା। କାରଣ ଲେଜର ଦ୍ୱାରା ହୀରା ଉପରେ କାମ କଲା ବେଳେ ତାହା ଭାଙ୍ଗି ଯିବାର ଅନେକ ସମ୍ଭାବନା ରହିଥାଏ।

ହୀରାରେ ଭାରତ ମାନଚିତ୍ରର ଆକୃତି ଆଙ୍କିବା ପରେ ୨୦୧୭ରେ ପୁଣି ଏହା ଉପରେ ଆଉ କିଛି କଳାକୃତ୍ତି ଦେଖାଇବାକୁ ସ୍ଥିର କରିଥିଲି। ସେହି ସମୟରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିଲେ। ମୋଦୀଙ୍କ ସ୍ୱଚ୍ଛ ଭାରତ, ଡିଜିଟାଲ ଇଣ୍ଡିଆ, ବେଟି ବଚାଓ-ବେଟି ପାଢ଼ାଓ ଭଳି କାମ ମୋତେ ବହୁତ ପ୍ରଭାବିତ କରିଥିଲା। ସେଥିପାଇଁ ମୁଁ ପୁଣି ଏହି ହୀର ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିତ୍ର ଆଙ୍କିବାକୁ ସ୍ଥିର କରିଥିଲି। ଗୋଟିଏ ମାସ କଠିନ ପରିଶ୍ରମ କରିବା ପରେ ହୀରାରେ ମୋଦୀଙ୍କ ଚିତ୍ର ଆଙ୍କିବାରେ ସଫଳ ହୋଇଥିଲି।’

ସମ୍ବନ୍ଧିତ ଖବର