୨୬୧ଜଣ ନିରାଶ୍ରୟା ଯୁବତୀଙ୍କ କନ୍ୟାଦାନ କରିବାକୁ ଯାଉଛନ୍ତି ଏହି ବ୍ୟବସାୟୀ, ୯ବର୍ଷ ମଧ୍ୟରେ କରି ସାରିଲେଣି ୨,୮୬୬ଟି ନିରାଶ୍ରୟା ଯୁବତୀଙ୍କ କନ୍ୟାଦାନ

ସୁରଟ୍‌: ଆଜିକାଲି ଦୁନିଆରେ ଘର ଲୋକଙ୍କ ସହ ବାହାର ଲୋକଙ୍କ କଥା ବୁଝୁଥିବା ଲୋକ ଖୁବ୍‌ କମ ମିଳିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହୀରା ବ୍ୟବସାୟୀ ମହେଶଭାଇ ସଓ୍ଵାନୀ । ନିରାଶ୍ରୟା ଯୁବତୀମାନଙ୍କୁ ନିଜ ଝିଅ ବୋଲି ଭାବିବା ସହ ହୀରା ବ୍ୟବସାୟୀ ମହେଶଭାଇ ସଓ୍ଵାନୀ ଡ଼ିସେମ୍ବର ୨୩ରେ ୨୬୧ଜଣ ନିରାଶ୍ରୟା ଯୁବତୀଙ୍କ କନ୍ୟାଦାନ କରିବା ପାଇଁ ଯାଉଛନ୍ତି । ୨୬୧ଜଣଙ୍କ ମଧ୍ୟରେ ୬ଜଣ ମୁସ୍‌ଲିମ୍‌ ଏବଂ ୩ଜଣ ଇସାଇ ଯୁବତୀ ଥିବା ଜଣା ପଡ଼ିଛି । ଏହା ପ୍ରଥମ ନୁହେଁ, ଗତ ୯ବର୍ଷ ମଧ୍ୟରେ ସେ ୨,୮୬୬ ନିରାଶ୍ରୟା ଯୁବତୀମାନଙ୍କର କନ୍ୟାଦାନ କରି ସାରିଥିବା ଜଣା ପଡ଼ିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

bhaskar.com

ହୀରା ବ୍ୟବସାୟୀ ମହେଶଭାଇ ସଓ୍ଵାନୀଙ୍କ କହିବା ଅନୁଯାୟୀ, ବିବାହ କରିବା ପରେ ମଧ୍ୟ ସେମାନଙ୍କ ସବୁ ଦାୟିତ୍ୱ ମୁଁ ନେଇଥାଏ । ତାଙ୍କର ଯାହା ବି ଦରକାର ସବୁ ମୁଁ ପୂରା କରିବା ପାଇଁ ଚେଷ୍ଟା କରିଥାଏ । ସେମାନଙ୍କ ପିଲାଙ୍କ ଜନ୍ମଠାରୁ ଆରମ୍ଭ କରି ପାଠ ପଢ଼ା, ଚିକିତ୍ସା ଏବଂ ପୋଷାକ ପିନ୍ଧିବା ପର୍ଯ୍ୟନ୍ତ ଯେତିକି ସମ୍ଭବ ମୁଁ କରିଥାଏ । ଏହା ସହ ସବୁ ସରକାରୀ ଯୋଜନାର ଲାଭ ସେମାନେ କେମିତି ନେବେ ସେ ନେଇ ମଧ୍ୟ ମୁଁ ଚେଷ୍ଟା ଜାରି ରଖିଥାଏ । ଏହା ସେମାନଙ୍କ ବରମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ମୁଁ ଚେଷ୍ଟା ଜାରି ରଖିଥାଏ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର