ସୋ’ ରୁମ୍‌ରୁ ମୂଷା ଚୋରି କରି ନେଇଗଲା ହୀରା କାନଫୁଲ : ମାଲିକ କହିଲେ, ଚୋରି ହୋଇଥିବା ହୀରା ମିଳିଲେ କେଦାରନାଥ ଯାଇ ଭଗବାନଙ୍କୁ ଅର୍ପଣ କରିବେ

ପଟନା: ବିହାରରେ ଏକ ମୂଷା ଏଇ କିଛଦିନ ହେବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କଥା ମଦ ପିଇବା ହେଉ ଅବା ହାଇପ୍ରୋଫାଇଲ୍‌ ଚୋରି କରିବା ସବୁଥିରେ ବିହାରର ମୂଷା ମାହିର୍‌ ବୋଲି କୁହାଯାଉଛି।

ବିହାରର ରାଜଧାନୀ ପଟନାର ବୋରିଙ୍ଗ ରୋଡସ୍ଥିତ ନବରତ୍ନ ନାମକ ଏକ ଅଳଙ୍କାର ଦୋକାନରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏହି ଅଳଙ୍କାର ଦୋକାନରୁ ହୀରା ଚୋରି ହୋଇଯାଇଥିବା ଖବର ମିଳିଥିଲା। ଦୋକାନ ମାଲିକ ପ୍ରଥମେ ତାଙ୍କ ଦୋକାନର କେହି ଜଣେ କର୍ମଚାରୀ ଏହି ହୀରା ଚୋରି କରି ନେଇଥିବା ସନ୍ଦେହ କରିଥିଲେ। ଦୋକାନ ମାଲିକ ଧୀରଜ କୁମାରଙ୍କୁ ଏହି ଚୋରି ଘଟଣା ଅଭିଯୋଗ ଶ୍ରୀକୃଷ୍ଣାପୁରୀ ଥାନାରେ ଦେଇଥିଲେ।

ଏହି ଅଭିଯୋଗ କ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଥିଲା। ଏହି ଯାଞ୍ଚ ସମୟରେ ପୁଲିସ ଦୋକାନାରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିଥିଲା। ଏଥିରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ଦୋକାନ ମାଲିକ ଓ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଚୋରି କୌଣସି ଲୋକ ନୁହେଁ ବରଂ ଏକ ମୂଷା କରିଥିବା ଜଣାପଡ଼ିଥିଲା।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଏକ ମୂଷା ଅତି ସହଜରେ କାଉଣ୍ଟରକୁ ଆସୁଛି। ଏବଂ ମୁହଁରେ ହୀରା ଟପ୍ସକୁ ନେଇ ଚାଲି ଯାଉଛି। ଦୋକାନ ମାଲିକଙ୍କ କହିବାନୁସାରେ, ଏହି ହୀରା ଟପ୍ସ ମିଳିଗଲେ ସେ କେଦାରନାଥ ଯାଇ ଭଗବାନଙ୍କ ନିକଟରେ ଅର୍ପଣ କରି ଦେବେ।

ସମ୍ବନ୍ଧିତ ଖବର