୧୫୨ ବର୍ଷ ପରେ ଆଲିଏନ୍‌ର ଦେଖା ମିଳିଲା !

ଗତ ବୁଧବାର ରାତିରେ ଚନ୍ଦ୍ରଗ୍ରହଣ ସମୟରେ ବିରଳ ସୁପର ନୀଳ ରକ୍ତ ଚନ୍ଦ୍ର ଆକାଶରେ ପ୍ରତୀୟମାନ ହୋଇଥିଲା । ଆକାଶ ସଂପର୍କରେ ଗବେଷଣା କରୁଥିବା ଗବେଷକମାନଙ୍କ ମତରେ ଏଭଳି ଦୃଶ୍ୟ ଅତ୍ୟନ୍ତ ବିରଳ । ସେମାନେ ଦାବି କରନ୍ତି ଯେ ୧୫୨ ବର୍ଷ ପରେ ଏଭଳି ଘଟଣା ଘଟିଛି ।
ଏହି ବିରଳ ସୁପର ନୀଳ ରକ୍ତ ଚନ୍ଦ୍ର ଆକାଶରେ ପ୍ରତୀୟମାନ ହେବା ସମୟର ଚିତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଏହା ବିଶ୍ୱର ବିଭିନ୍ନ ଦେଶରେ ଦୃଶ୍ୟମାନ ହୋଇଛି । କେତେକ ସ୍ଥାନରେ ଏହି ଦୃଶ୍ୟ ଅତ୍ୟନ୍ତ ଚମକପ୍ରଦ ବୋଲି ମଧ୍ୟ କୁହାଯାଉଛି , ସଂପର୍କୀତ ଏକ ଭିଡିଓ ୟୁ ଟ୍ୟୁବ୍‌ ର ଆଲିଟନ୍‌ ସନ୍ଧାନୀ ଚାନେଲ୍‌ ‘ ୟୁ ଏଫ୍‌ ଓ ମାନିଆ’ ରେ ପ୍ରଦର୍ଶିତ ହୋଇଛି। ସେଥିରେ ଦାବି କରାଯାଇଛି ଯେ ଚନ୍ଦ୍ରଗ୍ରହଣ ସମୟରେ ଏକ ୟୁଏଫ୍‌ଓ ଅତ୍ୟନ୍ତ ସତର୍କତା ସହିତ ଉଡାନ ଭରିଥିଲା । ଏହି ଭିଡିଓକୁ ମାତ୍ର ୨୪ ଘଣ୍ଟା ଭିତରେ ୪୦ ହଜାର ରୁ ଅଧିକ ଲୋକ ଦେଖିଛନ୍ତି ।
ଏହି ଭିଡିଓରୁ ଲୋକଙ୍କର ବିଶ୍ୱାସ ଜନ୍ମିଛି ଯେ ଆଲିଏନ୍‌ର ସ୍ଥିତି ରହିଛି । ଏଥିରେ ଏକ ଅଜଣା ବସ୍ତୁ ନୀଳ ଚନ୍ଦ୍ର ମଧ୍ୟରେ ଏତେ କ୍ଷୀପ୍ର ଗତିରେ ଧାବମାନ ହେଲା, ଯାହା କୌଣସି ମନୁଷ୍ୟ ଦ୍ୱାରା ପ୍ରସ୍ତୁତ ବୈଷୟିକ ଜ୍ଞାନ ଦ୍ୱାରା ସମ୍ଭବ ନୁହେଁ ବୋଲି ମଧ୍ୟ କୁହାଯାଉଛି ।

photo-.express.co.uk

ଆଲିଏନ୍‌ ସନ୍ଧାନକାରୀମାନେ ବିଶ୍ୱାସ କରୁଛନ୍ତି ଯେ ବିଶ୍ୱର ବୃହତ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ଏଭଳି ଅଲୌକିକ ଜୀବ ସଂପର୍କରେ ଜାଣନ୍ତି । କିନ୍ତୁ ଏହି ସତ୍ୟ ସଂପର୍କରେ ନୀରବତା ଅବଲମ୍ବନ କରୁଛନ୍ତି । ଅପରପକ୍ଷରେ ସଂଶୟବାଦୀମାନେ ଭିଡିଓରେ ଦାବି କରାଯାଉଥିବା ଦୃଶ୍ୟକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ସେମାନେ ଏହା କୌଣସି ବୋଇଂ ବିମାନ ବା ଜଳବାୟୁ ବେଲୁନ୍‌ ବୋଲି ଦାବି କରୁଛନ୍ତି । ତଥାପି ଅଜ୍ଞାତ ବସ୍ତୁର ବେଗ ଏବେ ବି ଏକ ରହସ୍ୟ ହୋଇଛି, ଯାହାର ଭେଦ ଖୋଲା ଯାଇ ପାରି ନାହିଁ ।

ସମ୍ବନ୍ଧିତ ଖବର