ନ୍ୟୁଟ୍ରିସନିଷ୍ଟରୁ ଡାଏଟିସିଆନ୍ ବି ହୋଇପାରିବେ ,ଜାଣନ୍ତୁ କେମିତି
ଜଣେ ଚାହିଁଲେ ନ୍ୟୁଟ୍ରିସନିଷ୍ଟ ରୁ ଡାଏଟିସିଆନ୍ ହୋଇପାରିବେ। ଅନେକ ଲୋକ ଜାଣି ନାହାନ୍ତି ଯେ ନ୍ୟୁଟ୍ରିସନିଷ୍ଟ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ସଂପର୍କରେ କହି ପାରନ୍ତି ନାହିଁ। ସୋନେ ରୋଗୀର ଖାଦ୍ୟ ଯୋଜନା ବି କରି ପାରି ନଥାନ୍ତି। ଏସବୁ କାମ କରିବାଲାଗି ଆପଣଙ୍କୁ ଜଣେ ହେବା ପାଇଁ ଆପଣଙ୍କୁ ଡାଏଟିସିଆନ୍ ହେବାକୁ ପଡ଼ିବ। ତେବେ ଯେଉଁମାନେ ନ୍ୟୁଟ୍ରିସନିଷ୍ଟ୍ ହେବାକୁ ଚାହାଁନ୍ତ ସେମାନଙ୍କୁ ଗ୍ରାଜୁଏସନ୍ ପରେ ବି.ଏସ୍.ସିରେ ହୋମ୍ସାଇନ୍ସ ପଢିବାକୁ ପଢିବ । ଏଥିରେ ଫୁଡ୍ ଅଣ୍ଡ ନ୍ୟୁଟ୍ରିସନ୍ ବିଷୟ ଦେବାକୁ ପଡ଼ିବ । ଆପଣ ଭଲ କଲେଜ୍ରୁ ସ୍ପୋଶାଲାଇଜେସନ୍ କରିପାରନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିକାଲି ହସ୍ପିଟାଲ୍ , ସ୍କୁଲ୍, ଫୁଡ୍ ପ୍ରଡକ୍ଟ ଇଣ୍ଡଷ୍ଟ୍ରି, ଫୁଡ୍ ପ୍ରିଜୁଭେର୍ସନ ଏମିତି ଅନେକ ସଂସ୍ଥା ଅଛି, ଯେଉଁଠାରେ ନ୍ୟୁଟ୍ରିସନିଷ୍ଟମାନଙ୍କର ଆବଶ୍ୟକତା ରହିଛି । ଥରେ ଗୋଟିଏ ସଂସ୍ଥାରେ ନିଯୁକ୍ତ ହୋଇ କାମ କରି ଅଭିଜ୍ଞତା ହାସଲ କରନ୍ତୁ । ତା’ପରେ ପୁଣି ବଡବଡ ସଂସ୍ଥାମାନଙ୍କୁ ଯାଇ କାମ କରିପାରିବେ । ଏତଦ୍ବ୍ୟତୀତ ଆପଣ ନିଜର କନ୍ସଲଟେସନ୍ ସେଣ୍ଟର ମଧ୍ୟ ଖୋଲିପାରିବେ । ରାଷ୍ଟ୍ରୀୟ ତଥା ଆନ୍ତରାଷ୍ଟ୍ରୀୟ ସଂସ୍ଥାମାନଙ୍କ ରେ ମଧ୍ୟ ନ୍ୟୁଟ୍ରିସିନିଷ୍ଟମାନଙ୍କର ଡିମାଣ୍ଡ ବଢିଛି । ମହିଳା ଓ ଶିଶୁ ବିକାଶ ବିଭାଗ, ୟୁନିସେଫ୍ , ଡାଏବେଟିକ୍ ଫାଉଣ୍ଡେସନ୍ , ନ୍ୟୁଟ୍ରିସନ୍ ଫାଉଣ୍ଡେସନ୍ ଏନ୍ଏଚ୍ ଆର ସେଭଳି ମିଶନ୍ରେ ମଧ୍ୟ ନ୍ୟୁଟ୍ରିସନିଷ୍ଟ୍ ନିଯୁକ୍ତି ମିଳୁଛି । ଏମାନେ ଭଲ ପରିମାଣର ଦରମାରେ ନିଯୁକ୍ତ ହେଉଛନ୍ତି। ଯେଉଁମାନେ ଡାଏଟିଆନ୍ କୋର୍ସ କରିଥିବେ ସେମାନଙ୍କୁ ଚାକିରିରେ ଅଧିକ ପ୍ରାଧାନ୍ୟ ମିଳିଥାଏ। ଆଉ ସବୁଠୁ ବଡ଼ କଥା ହେଲା ଯେ ନିଜ ମନରେ ଖାଦ୍ୟ ସଂପର୍କରେ ଜାଣିବାର ଆଗ୍ରହ ଥିବା ପ୍ରଥମେ ଆବଶ୍ୟକ। ତାପରେ ଅଧିକ ଗବେଷଣା ଲାଗି ପ୍ରବଳ ଆଗ୍ରହ ଥିବା ବି ଆବଶ୍ୟକ।