ନୂଆଦିଲ୍ଲୀ: କଶ୍ମୀରରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ସ୍ୱାଧୀନତା ଦିବସକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ହୋଇସାରିଛି। ସମ୍ବିଧାନ ମୁତାବକ, ଦେଶର କୌଣସି ବି ବ୍ୟକ୍ତି ଯେକୌଣସି ସମୟରେ ଜାତୀୟ ପତାକାକୁ ବିନା କୌଣସି ବାଧାରେ ଉଡାଇ ପାରିବାର ନିୟମ ରହିଛି। କିନ୍ତୁ ଅଗଷ୍ଟ ୧୫ ଓ ଜାନୁଆରି ୨୬ ତାରିଖରେ ପତାକା ଉଡାଇବା ଭିତର ରହିଛି କିଛି ପାର୍ଥକ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକାକୁ ତଳୁ ଦଉଡି ଦ୍ୱାରା ଟାଣି ଉପରକୁ ନିଆଯାଇଥାଏ। ଏହାପରେ ଖୋଲା ଯାଇ ଉଡା ଯାଇଥାଏ। ଯାହାକୁ ‘ଧ୍ୱଜାରୋହଣ’ କହନ୍ତି। ଇଂରାଜୀରେ ଏହାକୁ ‘ଫ୍ଲାଗ୍ ହୋଷ୍ଟିଂ’ ବୋଲି କୁହାଯାଇଥାଏ।
ଜାନୁଆରି ୨୬ ତାରିଖ ଅର୍ଥାତ ଗଣତନ୍ତ୍ର ଦିବସ ଅବସରରେ ପତାକା ଉପରେ ହଁ ବନ୍ଧା ହୋଇଥାଏ। ତାହାକୁ ସେଠାରେ ଖୋଲି ଉଡା ଯାଇଥାଏ। ଏହାକୁ ଇଂରାଜୀରେ Flag Unfurling ବୋଲି କୁହାଯାଇଥାଏ।
ସେହିପରି ଅଗଷ୍ଟ ୧୫ରେ ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥାଆନ୍ତି। ସେ ଲାଲକିଲ୍ଲାରେ ଧ୍ୱଜାରୋହଣ କରି ଥାଆନ୍ତି। କିନ୍ତୁ ଗଣତନ୍ତ୍ର ଦିବସ (ଜାନୁଆରି ୨୬)ରେ ରାଷ୍ଟ୍ରପତି ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥାଆନ୍ତି। ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲ କିଲ୍ଲାରୁ ଦେଶକୁ ସମ୍ଭୋଧିତ କରିଥାଆନ୍ତି। କିନ୍ତୁ ଗଣତନ୍ତ୍ର ଦିବସରେ ମୁଖ୍ୟ କାର୍ଯ୍ୟକ୍ରମ ରାଜପଥରେ ହୋଇଥାଏ।