କୋଲକାତା: ରସଗୋଲା ତ ଆପଣ ନିଶ୍ଚୟ ଖାଇଥିବେ, ଏହାର ମିଠାସ ସବୁବେଳେ ଆପଣଙ୍କୁ ଏହା ପ୍ରତି ଆକର୍ଷିତ କରିଥାଏ | ଏବେ କିନ୍ତୁ ରସଗୋଲା ଆଉ ମିଠା ଲାଗି ନ ପାରେ | ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି, ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁନି | କାରଣ କିଛି ଭିନ୍ନ ରସଗୋଲା ପ୍ରସ୍ତୁତି କରିବାରେ ଏବେ ଲାଗିପଡିଛନ୍ତି କୋଲକାତାର ସ୍ୱାତୀ | ସ୍ୱାତୀ ଜଣେ ଚେଫ ହୋଇଥିବାବେଳେ ରସଗୋଲାକୁ ଏବେ ଭିନ୍ନ ସ୍ୱାଦ ଦେବାର ପ୍ରୟାସରେ ଲାଗିପଡିଛନ୍ତି | ତରଭୁଜ, ଲିଚୁ, ଆମ୍ବ, ଅଙ୍ଗୁରର ଫ୍ଲେଭର ଭଳି ୫୦ଟି ସ୍ଵାଦରେ ସେ ଆରମ୍ଭ କରିଥିଲେ | ବର୍ତ୍ତମାନ ସ୍ୱାତୀ ପ୍ରାୟ ୨୭୦ ପ୍ରକାର ଫ୍ଲେଭରରେ ରସଗୋଲା ପ୍ରସ୍ତୁତି କରୁଛନ୍ତି |

Advertisment

publive-image

ପ୍ରତିଦିନ ୧୦୦ କିଲୋ ରସଗୋଲା ସେ ପ୍ରସ୍ତୁତ କରନ୍ତି | ଏହି ସବୁ ରସଗୋଲା ପାଇଁ ସେ କୌଣସି କୁତ୍ରିମ ରଙ୍ଗ ବା ଫ୍ଲେଭରର ବ୍ୟବହାର କରନ୍ତି ନାହିଁ | ବରଂ ବଜାରରେ ମିଳୁଥିବା ଫଳ ଓ ପରିବାରୁ ହିଁ ଏହି ରସଗୋଲା ପ୍ରସ୍ତୁତ କରିଥାନ୍ତି | ଯେଉଁଥିପାଇଁ ପ୍ରଥମ ଥର ପାଇଁ ମିଠା ରସଗୋଲା ବ୍ୟତୀତ ଖଟା ଓ ପିତା ରସଗୋଲା ସ୍ୱାତୀ ପ୍ରସ୍ତୁତ କରିଛନ୍ତି | ରସଗୋଲା ପ୍ରସ୍ତୁତି ପୂର୍ବରୁ ଛେନାରେ ସ୍ୱାତୀ ଲଙ୍କା ସହ ପରିବା ଓ ଫଳର ରସ ପକାଇଥାନ୍ତି | ଏହା ପରେ ରସଗୋଲା ପ୍ରସ୍ତୁତି ଆରମ୍ଭ ହୋଇଥାଏ | ଏହି ଭଳି ଢଙ୍ଗରେ ସ୍ୱାତୀ ଷ୍ଟ୍ରବେରି ରସଗୋଲା, କେଶର ରସଗୋଲା, ଗୋଲାପ ରସଗୋଲା, କଲରା ରସଗୋଲା ଭଳି ଭିନ୍ନ ରସଗୋଲା ପ୍ରସ୍ତୁତି କରୁଛନ୍ତି |

publive-image

ଏଭଳି କିଛି କରିବାର ଉପାୟ ସ୍ୱାତୀଙ୍କୁ ତାଙ୍କ ମା ଠାରୁ ଆସିଥିଲା | ସ୍ୱାତୀଙ୍କ ମାଙ୍କୁ ରସଗୋଲା ଖାଇବାକୁ ଭଲ ଲାଗୁଥିବାବେଳେ ଡାଇବେଟିସ ପାଇଁ ସେ ଖାଇପାରୁନଥିଲେ | ତେଣୁ ମା ଙ୍କ ମନକୁ ବୁଝି ଭିନ୍ନ ଢଙ୍ଗରେ ରସଗୋଲା ତିଆରି କରିବା ସେ ଆରମ୍ଭ କରିଦେଇଥିଲେ | ସେହିପରି ଘରେ କେବଳ ଭିନ୍ନ ରସଗୋଲା ପ୍ରସ୍ତୁତି ନ କରି ଏହାକୁ ନେଇ ଵ୍ୟଵସାୟ କରିବାର ଆରମ୍ଭ କରିଦେଇଥିଲେ |

publive-image

'ସ୍ୱାତୀସ ଫ୍ଲେଭର ଅଫ ରସଗୋଲା' ନାମରେ ସେ ଏକ ହୋଟେଲ ଖୋଲି ଏବେ ନିଜର ରସଗୋଲାକୁ ବିକ୍ରି କରୁଛନ୍ତି | ବର୍ଷକ ମଧ୍ୟରେ ସେ ୫୦୦ ପ୍ରକାର ଫ୍ଲେଭର ରସଗୋଲା ପ୍ରସ୍ତୁତି କରିବାର ଲକ୍ଷ୍ୟ ରଖିଛନ୍ତି | ମୁହଁରେ ପାଣି, ଆଖିରେ ଚମକ ଦେଉଥିବା ଏହି ରସଗୋଲା ସ୍ୱାତୀଙ୍କୁ ଏକ ନୂଆ ପରିଚୟ ଦେଇଛି |