ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମେନ୍ ନିକଟବର୍ତ୍ତୀ ସାଗରରୁ ଜଣେ ଧୀବରଙ୍କ ଜାଲରେ ଧରାପଡ଼ିଛି ଏକ ବିଚିତ୍ର ଚିଙ୍ଗୁଡ଼ି। ଚିଙ୍ଗୁଡ଼ିଟି ଦୁଇ ରଙ୍ଗିଆ। ସେଇଟିର ଅର୍ଦ୍ଧେକ କଳା ଏବ˚ ଅବଶିଷ୍ଟ ଲାଲ। ପାଞ୍ଚ କୋଟି ଚିଙ୍ଗୁଡ଼ିରେ ଗୋଟିଏ ଏ ପରି ଦୁଇ ରଙ୍ଗିଆ ହୋଇପାରେ। ଅର୍ଥାତ୍, ଏ ଭଳି ଚିଙ୍ଗୁଡ଼ି ଅତି ବିରଳ। ଧୀବର ଜଣକ ସେଇଟିକୁ ବିକ୍ରି ନ କରି ବା ଭୋଜନ ନ କରି ‘ମେନ୍ ସେଣ୍ଟର୍ ଫର୍ କୋସ୍ଟାଲ୍ ଫିସେରିଜ୍’କୁ ଦାନ କରିଦେଇଛନ୍ତି। ଦୁଇ ରଙ୍ଗିଆ ଚିଙ୍ଗୁଡ଼ିଟିକୁ ଏକ କାଚ ଆକ୍ବାରିଅମ୍ରେ ସର୍ବସାଧାରଣଙ୍କ ପ୍ରଦର୍ଶନ ନିମନ୍ତେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସେହି ଆକ୍ବାରିଅମ୍ରେ ଗୋଟିଏ ବିଶାଳ ନୀଳ ଚିଙ୍ଗୁଡ଼ି ମଧ୍ୟ ଅଛି।
ଦୁଇ ରଙ୍ଗିଆ ବିଚିତ୍ର ଚିଙ୍ଗୁଡ଼ି
/sambad/media/post_attachments/wp-content/uploads/2019/10/prawn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)