ଦୁଇ ରଙ୍ଗିଆ ବିଚିତ୍ର ଚିଙ୍ଗୁଡ଼ି

ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମେନ୍‌ ନିକଟବର୍ତ୍ତୀ ସାଗରରୁ ଜଣେ ଧୀବରଙ୍କ ଜାଲରେ ଧରାପଡ଼ିଛି ଏକ ବିଚିତ୍ର ଚିଙ୍ଗୁଡ଼ି। ଚିଙ୍ଗୁଡ଼ିଟି ଦୁଇ ରଙ୍ଗିଆ। ସେଇଟିର ଅର୍ଦ୍ଧେକ କଳା ଏବ˚ ଅବଶିଷ୍ଟ ଲାଲ। ପାଞ୍ଚ କୋଟି ଚିଙ୍ଗୁଡ଼ିରେ ଗୋଟିଏ ଏ ପରି ଦୁଇ ରଙ୍ଗିଆ ହୋଇପାରେ। ଅର୍ଥାତ୍‌, ଏ ଭଳି ଚିଙ୍ଗୁଡ଼ି ଅତି ବିରଳ। ଧୀବର ଜଣକ ସେଇଟିକୁ ବିକ୍ରି ନ କରି ବା ଭୋଜନ ନ କରି ‘ମେନ୍‌ ସେଣ୍ଟର‌୍‌ ଫର‌୍‌ କୋସ୍‌ଟାଲ୍‌ ଫିସେରିଜ୍‌’କୁ ଦାନ କରିଦେଇଛନ୍ତି। ଦୁଇ ରଙ୍ଗିଆ ଚିଙ୍ଗୁଡ଼ିଟିକୁ ଏକ କାଚ ଆକ୍ବାରିଅମ୍‌ରେ ସର୍ବସାଧାରଣଙ୍କ ପ୍ରଦର୍ଶନ ନିମନ୍ତେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସେହି ଆକ୍ବାରିଅମ୍‌ରେ ଗୋଟିଏ ବିଶାଳ ନୀଳ ଚିଙ୍ଗୁଡ଼ି ମଧ୍ୟ ଅଛି।

ସମ୍ବନ୍ଧିତ ଖବର