ଅସୁସ୍ଥ ଥିବା ଛାତ୍ରଙ୍କ ପାଖରେ ପହଞ୍ଚି ପାଠ ପଢାନ୍ତି ଏହି ଶିକ୍ଷୟତ୍ରୀ

ମେକ୍ସିକୋ: କରୋନା ମହାମାରୀ ହେତୁ କିଛି ଦେଶରେ ଏବେ ବି ସ୍କୁଲ କଲେଜଗୁଡ଼ିକ ବନ୍ଦ ରହିଛି। ଯେଉଁଥିପାଇଁ ଲକ୍ଷ ଲକ୍ଷ ପିଲା ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତେବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ତାଙ୍କ ପିକଅପ ଟ୍ରକକୁ ଏକ ମିନି କ୍ଲାସ ରୁମରେ ପରିଣତ କରିଛନ୍ତି | ଶିଳ୍ପପତି ହର୍ଷ ଗୋଏଙ୍କା ଟ୍ୱିଟରରେ ଜଣେ ଶିକ୍ଷୟତ୍ରୀଙ୍କ ବାବଦରେ ଉଲ୍ଲେଖ କରିଛନ୍ତି | ହର୍ଷଙ୍କ ସୂଚନା ମୁତାବକ କରୋନା ମହାମାରୀ ପରେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷୟତ୍ରୀ ଜଣକ ତାଙ୍କ ପିକଅପ୍ ଟ୍ରକକୁ ଏକ ପୋର୍ଟେବଲ୍ ଶ୍ରେଣୀରେ ପରିଣତ କରିଥିଲେ।


ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷୟତ୍ରୀ ପ୍ରତିଦିନ ୨ ଘଣ୍ଟା ଗାଡି ଚଳାଇ ପିଲାଙ୍କ ପାଖରେ ପହଞ୍ଚିଯାଆନ୍ତି | ବିଶେଷ କରି ଯେଉଁ ପିଲାମାନେ ଅଟିଯିମ ରୋଗର ଶିକାର ହୋଇଥାନ୍ତି ଓ ପାଠ ପଢିବା ପାଇଁ ବହି ନଥାଏ ଶିକ୍ଷୟତ୍ରୀ ଜଣକ ସେମାନଙ୍କ ପାଖରେ ପହଞ୍ଚିଯାଆନ୍ତି | ସାଙ୍ଗରେ ଟେବୁଲ ଓ ବହି ନେଇ ଯାଇଥାନ୍ତି | ନିଜ ଟ୍ରକରେ ପିଲାମାନଙ୍କୁ ପାଠ ପଢ଼ାନ୍ତି | ହର୍ଷ ଗୋଏଙ୍କା ଫଟୋ ଟ୍ୱିଟ କରି କହିଛନ୍ତି ଯେ ମେକ୍ସିକୋରେ ମହାମାରୀ ହେତୁ ସ୍କୁଲ ବନ୍ଦ କରାଯାଇଥିଲା।

ଏହି ଶିକ୍ଷୟତ୍ରୀ ତାଙ୍କର ପିକଅପ୍ ଟ୍ରକକୁ ଏକ ପୋର୍ଟେବଲ୍ ଶ୍ରେଣୀଗୃହରେ ପରିଣତ କରିଥିଲେ | ଅଟିଜିମରେ ପୀଡିତ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସେ ଦିନକୁ ୨ ଘଣ୍ଟା ଗାଡି ଚଳାଇ ଯାଆନ୍ତି | ଯେଉଁ ପିଲାମାନଙ୍କର ବହି କିମ୍ବା ଇଣ୍ଟରନେଟର ସୁବିଧା ନାହିଁ ସେମାନଙ୍କୁ ପାଠ ପଢିବାରେ ସାହାଯ୍ୟ କରନ୍ତି |

ସମ୍ବନ୍ଧିତ ଖବର