ନିଆରା ପରମ୍ପରା : ସମ୍ମାନ ଜଣାଇବା ପାଇଁ ପରସ୍ପର ଉପରକୁ ଛେପ ଫିଙ୍ଗନ୍ତି

ଦୁନିଆରେ ସମସ୍ତଙ୍କୁ ପରସ୍ପର ସହ ଯୋଡ଼ି ରଖିଛି ପ୍ରେମ ବା ଭଲପାଇବା। ତେବେ ପ୍ରେମର ଅନେକ ରୂପ ଥିବା ସହ ଏହାକୁ ପରିପ୍ରକାଶ କରିବାର ଭିନ୍ନ ଭିନ୍ନ ଉପାୟ ରହିଛି । ପ୍ରେମିକପ୍ରେମିକା ପରସ୍ପର ମଧ୍ୟରେପ୍ରେମ ଆଦାନପ୍ରଦାନ ଲାଗି ବିଭିନ୍ନ ରାସ୍ତା ଆପାଣାଇଥାନ୍ତି । ତେବେ ଆପଣ କେବେ ଶୁଣିଛନ୍ତି କି ପରସ୍ପର ଉପରକୁ ଛେପ ଫୋପାଡ଼ି ପ୍ରେମ ଏବଂ ସମ୍ମାନ ପ୍ରଦର୍ଶନ କରାଯାଇଥାଏ । ଆଜ୍ଞା ହଁ କେନିଆର ତାଞ୍ଜାନିଆରେ ସସାଇ ସମ୍ପ୍ରଦାୟର ଲୋକ ଛେପ ଫୋପାଡ଼ି ପରସ୍ପର ପ୍ରତି ପ୍ରେମ ପ୍ରକାଶ କରିଥାନ୍ତି ।

janman tv

ସାଧାରଣତଃ, ସମସ୍ତେ ଜାଣନ୍ତି କି କାହାକୁ ଛେପ ଫୋପାଡ଼ିବାମାନେ ତାଙ୍କୁ ତିରସ୍କାର କରିବା କିମ୍ବା ତାଙ୍କ ପ୍ରତି କ୍ରୋଧଭାବ ପ୍ରକାଶ କରିବା । କିନ୍ତୁ କେନିଆରେ ଏହି ସମ୍ପ୍ରଦାୟରେ ଛେପ ଫୋପାଡ଼ିବାମାନେ ସମ୍ମାନ ଏବଂ ଭଲ ପାଇବା ଦେବା । ଏଠାରେ ଲୋକମାନେ ହାତ ମିଶାଇବା ପୂର୍ବରୁ ପରସ୍ପର ହାତକୁ ଛେପ ଫୋପାଡ଼ିଥାନ୍ତି । ଏପରି ଛେପ ଫୋପାଡ଼ିବା ଦ୍ୱାରା ତାଙ୍କର ସମ୍ମାନ ବଢ଼ିଥାଏ ବୋଲି ଭାବିଥାନ୍ତି ସେଠାକାର ଜନଜାତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ନବଜାତ ଶିଶୁ ଏବଂ ବିବାହିତ ଦମ୍ପତିଙ୍କୁ ଶୁଭେଚ୍ଛା ଏବଂ ଆଶୀର୍ବାଦ ହେବା ପାଇଁ ହାତରେ ଛେପ ଫୋପାଡ଼ିଥାନ୍ତି । ଶିଶୁଙ୍କ ହାତରେ ଛେପ ଫୋପାଡ଼ିବା ଦ୍ୱାରା ତାଙ୍କର ଭାଗ୍ୟଭଲ ହେବା ସହ ଆୟୁଷ ବୃଦ୍ଧି ହୋଇଥାଏ ବୋଲି ସେଠାରେ ବିଶ୍ୱାସ ରହିଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପ୍ରେମ ଏବଂ ସମ୍ମାନ ଦେବା ପାଇଁ ଏହା ଦୁନିଆର ସବୁଠାରୁ ନିଆରା ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନାହିଁ।

ସମ୍ବନ୍ଧିତ ଖବର