ଭାରତରେ ହୋଲିର ବିଭିନ୍ନ ରଙ୍ଗ: ଅନେକ ସ୍ଥାନରେ ରହିଛି ଅଦ୍ଭୁତ ପରମ୍ପରା

ବିଭିନ୍ନ ପ୍ରକାରର ରଙ୍ଗକୁ ନେଇ ପାଳନ କରାଯାଇଥାଏ ବସନ୍ତ ପଞ୍ଚମୀ ବା ହୋଲି ପର୍ବ । ଏଥିପାଇଁ ସମସ୍ତଙ୍କର ମନରେ ଭରି ରହିଥାଏ ଖୁସି । ଏହି ଦିନ ଶତ୍ରୁତା ଏବଂ ମନରେ ଖରାପ ଭାବନା ଭୁଲି ସମସ୍ତେ ପରସ୍ପରଙ୍କୁ ରଙ୍ଗ ଲଗାଇଥାନ୍ତି । ଏହି ପର୍ବକୁ ନେଇ ଅନେକ ପ୍ରକାରର ପମ୍ପପରା ଏବଂ ରୀତିନୀତି ରହିଛି। ତେବେ ଆଜି ଆମେ ଆପଣଙ୍କୁ ଏନେଇ ଥିବା କିଛି ଅଦ୍ଭୁତ ଅଜଣା ନୀତି ବିଷୟରେ କହିବା ପାଇଁ ଯାଉଛୁ । ଆସନ୍ତୁ ଜାଣିବା ହୋଲି ବିଷୟରେ କିଛି ଜଣା-ଅଜଣା କଥା…

India Today

ହୋଲି ଅବସରରେ ମଧ୍ୟପ୍ରଦେଶର ଏକ ଗ୍ରାମରେ ପୁରୁଷମାନେ ମାଦଲ ନାମକ ଏକ ବାଦ୍ୟ ଯନ୍ତ୍ର ବଜାଇ ରଙ୍ଗ ଖେଳିଥାନ୍ତି ଏବଂ ମହିଳାମାନେ ନୃତ୍ୟ କରିଥାନ୍ତି । ତେବେ ସେଠାରେ ଯଦି କୌଣସି ଯୁବକଯୁବତୀ ପରସ୍ପରକୁ ହୋଲିରେ ରଙ୍ଗ ବୋଳିଥାନ୍ତି ଏହାପରେ ଦୁହେଁ ସେଠାରୁ ପଳାଇ ଯାଇ ବିବାହ କରିଦିଅନ୍ତି । ଏହା ଛଡ଼ା ମଧ୍ୟପ୍ରଦେଶର ମାଲଓ୍ଵା ନାମକ ଗ୍ରାମରେ ହୋଲିରେ ରଙ୍ଗ ବଦଳରେ ଅଙ୍ଗାର ଖେଳିଥାନ୍ତି ।ଏପରି ଅଙ୍ଗାରରେ ହୋଲି ଖେଳିବା ଦ୍ୱାରା ହୋଲିକା ରାକ୍ଷାସୀର ଅନ୍ତ ହୋଇଥାଏ ବୋଲି କହିଥାନ୍ତି ଗ୍ରାମବାସୀ ।

ଉତ୍ତାପ୍ରଦେଶର କୁଡ଼ରା ଗ୍ରାମରେ କୌଣସି ପୁରୁଷ ହୋଲି ଖେଳି ନଥାନ୍ତି । ବସନ୍ତ ପଞ୍ଚମୀ ଦିନ ପୂରା ଗ୍ରାମର ମହିଳାମାନେ ରାଜଜାନକୀ ନାମକ ଏକ ମନ୍ଦିରରେ ଏକତ୍ର ହୋଇ ହୋଲି ଖେଳିଥାନ୍ତି । ଏଠାରେ ମହିଳା ଏକତ୍ର ହୋଇ ଗୀତଗାଇ ଗ୍ରାମର ସମସ୍ତ ମନ୍ଦିରର ପରିଭ୍ରମଣ କରିଥାନ୍ତି ।
ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ସୁକେତ ଅଞ୍ଚଳରେ ହୋଲି ଅବସରରେ ଝିଅ-ବୋହୂମାନଙ୍କୁ ତାଙ୍କ ବାପା ଘରୁ ଖାଦ୍ୟ ପଠାଯାଇଥାଏ । ଏହା ଦ୍ୱାରା ବାପଘର ମଟିରେ ହୋଇଥିବା ଫସଲରେ ଝିଅର ଅଧିକାର ଜଣାପଡ଼ିଥାଏ ବୋଲି କହିଥାନ୍ତି ଗ୍ରାମବାସୀ ।

The Better India

ବ୍ରଜର ବରସାନା ଗ୍ରାମରେ ଏକ ଭିନ୍ନ ପ୍ରକାରର ପାଳନ କରାଯାଇଥାଏ ହୋଲି । ଏଠାରେ ପୁରୁଷମାନେ ଯେତେବେଳେ ମହିଳାମାନଙ୍କୁ ପିଚକାରୀ ମାରିଥାନ୍ତି ସେତେବେଳେ ମହିଳାମାନେ ସେମାନଙ୍କୁ ଲାଠିରେ ମାରିଥାନ୍ତି । ପୁରୁଷମାନଙ୍କୁ ଏହି ଲାଠି ମାଡ଼ରୁ ନିଜକୁ ରକ୍ଷା କରିବା ସହ ମହିଳାମାନଙ୍କୁ ରଙ୍ଗ ଲଗାଇବାର ହୋଇଥାଏ । ଏଠାରେ ଏହାକୁ ଲାଠିମାର ହୋଲି ପର୍ବ ବୋଲି ମଧ୍ୟ କୁହାଯାଇଥାଏ ।

ସମ୍ବନ୍ଧିତ ଖବର