ଚିଠି…ଯାଏ ସାରଙ୍କ ପାଖକୁ, ଇଚ୍ଛା ହେଲେ ପାସ୍‌ କରିବେ ନେହେଲେ ଫେଲ୍‌, ଘଟଣାଟି କ’ଣ ଜାଣନ୍ତୁ

ଆଲହାବାଦ: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତାର ମୂଲ୍ୟାଙ୍କନ ବେଳେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ପରୀକ୍ଷାର୍ଥୀ ଉତ୍ତର ଖାତା ଦେଖୁଥିବା ଶିକ୍ଷକମାନେ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ତେବେ ପରୀକ୍ଷାର୍ଥୀମାନଙ୍କ ଉତ୍ତର ଖାତାର ମୂଲ୍ୟାୟନ କରୁଥିବା ସମୟରେ ଦେଖିବାକୁ ମିଳିଛି କି ଉତ୍ତର ଖାତାରେ କେହିକେହି ଟଙ୍କା ଖଞ୍ଜି ଥିବା ବେଳେ ଆଉ କେହି ଶିକ୍ଷକଙ୍କୁ ପାସ୍‌ କରାଇବାକୁ ପାଇଁ ଅନୁରୋଧ କରିଛନ୍ତି।

କ’ଣ କ’ଣ ମିଳୁଛି ପରୀକ୍ଷା ଉତ୍ତର ଖାତାରୁ ଆସନ୍ତୁ ଜାଣିବା

୧. ଜଣେ ପରୀକ୍ଷାର୍ଥୀ ନିଜର ପରୀକ୍ଷା ଖାତାରେ ୧୦ଟଙ୍କା ନୋଟ ଖଞ୍ଜି ପାସ୍‌ କରାଇବା ପାଇଁ ଶିକ୍ଷକଙ୍କୁ ଅନୁରୋଧ କରିଛି।

୨. ସେହିପରି ଅନ୍ୟ ଜଣେ ପରୀକ୍ଷାର୍ଥୀ ଉତ୍ତର ଖାତାରେ ସାୟରି ଲେଖିଛି କି, ‘ୟେ ମହବତ୍‌ ବି କ୍ୟାୟ ଚିଜ୍‌ ହୈ, ନା ଜିନେ ଦେତି ହୈ ନା ମରନେ ଦେତି ହୈ।’ ମୋ ବନ୍ଧୁମାନେ ଭଗବାନକୁ ଡାକ, ସେଯଦି ମୋତେ ନମିଳେ ତେବେ ମୁଁ ମରିଯିବ। ଆଇ ଲଭ୍‌ ୟୁ ପୂଜା । ଏହାକୁ ଲେଖିଥିବାରୁ ସାର୍‌ ମୋତେ କ୍ଷମା କରି ଦିଅନ୍ତୁ ବୋଲି ଲେଖିଛି ପରୀକ୍ଷାର୍ଥୀ।

୩. ଆଉ ଜଣେ ପରୀକ୍ଷାର୍ଥୀ ଶିକ୍ଷକଙ୍କୁ ବିନମ୍ର ସହକାରେ କହିଛି, ସାର୍‌ ଆମ ଘର ପରିସ୍ଥିତ ଠିକ ନଥିବା କାରଣରୁ ମୁଁ ପାଠ ପଢ଼ି ପାରୁନାହିଁ। ମୁଁ ଛୋଟ ଥିବା ବେଳେ ମୋର ପିତାଙ୍କ ମୃତ୍ୟୁ ହୋଇଯାଇଛି। ମୋତେ ହିଁ ଘରର ସମସ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ୁଛି। ଭାଇ ଓ ଭଉଣୀଙ୍କ ପାଠପଢ଼ା ବୋଝ ବି ମୋ ଉପରେ ରହିଛି। ସେଥିପାଇଁ ମୋତେ ପରୀକ୍ଷାରେ ପାସ କରାଇ ଦେବାକୁ ଆପଣଙ୍କୁ ମୋର ଅନୁରୋଧ।

୪. କେବଳ ଏତିକି ନୁହେଁ ଆଉ ଜଣେ ପରୀକ୍ଷାର୍ଥୀ ଶହେଶହେ ଟଙ୍କାର ତିନିଟି ନୋଟ ଖଞ୍ଜି ଉତ୍ତର ଖାତାକୁ ଆଧା ଛାଡ଼ି ଦେଇଛି।

୫. ଆଉ ଜଣେ ପରୀକ୍ଷାର୍ଥୀ ଉତ୍ତର ଖାତାରେ ଲେଖିଛି, ଚିଠି ଚିଠି ଯା ସାରଙ୍କ ପାଖକୁ , ସାରଙ୍କ ଇଚ୍ଛା ଫେଲ କରିବେ କି ପାସ୍‌।

ସମ୍ବନ୍ଧିତ ଖବର