ଏହା ପୋକ ନୁହେଁ! ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଏହା ପୋକ ନୁହେଁ! ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦିନକୁ ଦିନ ସୋସିଆଲ ମିଡ଼ିଆର ୟୁଜର୍ସଙ୍କ ସଂଖ୍ୟା ବଢୁଥିବାବେଳେ ସୋସିଆଲ ମିଡ଼ିଆ ମାଧ୍ୟମରେ ନୂଆ ନୂଆ ପ୍ରତିଭା ବାବଦରେ ମଧ୍ୟ ଜଣାପଡୁଛି | ତେବେ ଆପଣ ଫଟୋରେ ଯାହା ଦେଖୁଛନ୍ତି ତାହା କଣ? ତେବେ ଆପଣ କହିବେ ଯେ ଏହା ଏକ ପୋକ | କିନ୍ତୁ ଆମେ ଯେତେବେଳେ ଆପଣଙ୍କୁ ଏହା କଣ କହିବୁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି | ଆଉ ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି |


ବାସ୍ତବରେ ଫଟୋରେ ଯାହା ଦେଖୁଛନ୍ତି ତାହା କୌଣସି ପୋକ ନୁହେଁ ବରଂ ଏକ କେକ | ଆଉ ଜଣେ କେକ୍ କାରିଗରଙ୍କ ପ୍ରତିଭା ଦେଖିବା ପରେ ୟୁଜର୍ସ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ତାହାଠାରୁ ବେଶୀ ଭାବୁଛନ୍ତି ଯେ ସେ ଏହା କିପରି କଲେ? ଭିଡିଓରେ ଜଣେ କେକ୍ କାରିଗର ନାଟାଲିଆ ସାଇଡସର୍ଫଙ୍କ ଚମତ୍କାର କେକ୍ ତିଆରି କୌଶଳ ସମସ୍ତଙ୍କୁ ଚକିତ କରିଦେଇଛି । ନାଟାଲିଆ ପ୍ରାୟତଃ କେକ୍ ତିଆରି କରି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି | ଏସବୁ କେକ ଫଳ, ପନିପରିବା ଏବଂ ପଶୁ ପରି ଦେଖାଯାଏ | ତେବେ ନିକଟରେ, ନାଟାଲିଆ ସାଇଡସର୍ଫର ଏମିତି ଏକ କେକ୍ ତିଆରି କରିଛନ୍ତି ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓକୁ ନାଟାଲିଆ ସାଇଡସର୍ଫ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବଂ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। ଭିଡିଓରେ, ସେ ଏକ କେକ୍ ତିଆରି କରିଛନ୍ତି, ଯାହାକି ଏକ ପୋକ ପରି ଦେଖାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe