ଆସନ୍ତାକାଲି ଅର୍ଥାତ୍‌ ମେ ୧୭ରେ ସର୍ବତ୍ର ‘ବିଶ୍ବ ଟେଲିଯୋଗାଯୋଗ ଓ ସୂଚନା ସମାଜ ଦିବସ’ ପାଳିତ ହେବାକୁ ଯାଉଛି। ୧୯୬୯ ମସିହା ମେ ୧୭ରେ ସଂଘଟିତ ଆନ୍ତର୍ଜାତିକ ଟେଲିଯୋଗାଯୋଗ ସଂଘର ସ୍ଥାପନା ଦିବସକୁ ମନେ ପକାଇବା ଲାଗି ପ୍ରତିବର୍ଷ ଏଭଳି ଦିବସ ପାଳନ କରାଯାଇ ଆସୁଛି। ଚଳିତବର୍ଷ ଏହି ଦିବସ ପାଳନ ମୁଖ୍ୟତଃ କରୋନାଭୂତାଣୁ ମହାମାରୀଠାରୁ ଆରମ୍ଭ କରି ଚଳିତ ଜଳବାୟୁ ସଂକଟ ଯାଏ ସମଗ୍ର ବିଶ୍ବ ସମ୍ମୁଖୀନ ହେଉଥିବା ଅପ୍ରତ୍ୟାଶିତ ଆହ୍ବାନଗୁଡ଼ିକର ଆଲୋକପାତ କରିବ। ଏହି ଗୁରୁତ୍ବପୂର୍ଣ୍ଣ ବିପଦର ମୁକାବିଲା ପାଇଁ ସରକାର ଓ ଉଦ୍ୟୋଗୀଙ୍କ ଜରୁରୀ ପଦକ୍ଷେପ ଗ୍ରହଣକୁ ଏହି ଦିବସ ମନେ ପକାଇଦେବା ସହ ସମସ୍ତଙ୍କ ପାଖରେ ଅତ୍ୟାବଶ୍ୟକ ଡିଜିଟାଲ୍‌ ସେବା ପହଞ୍ଚାଇବା ନିଶ୍ଚିତ କରିବା ଉପରେ ଗୁରୁତ୍ବାରୋପ କରିବ।

Advertisment

ପ୍ରତି ବର୍ଷ ମେ ୧୭ରେ ସର୍ବତ୍ର ‘ବିଶ୍ବ ଟେଲିଯୋଗାଯୋଗ ଓ ସୂଚନା ସମାଜ ଦିବସ’ ପାଳିତ ହେଉଛି। ୧୯୬୯ ମସିହା ମେ ୧୭ରେ ଆନ୍ତର୍ଜାତିକ ଟେଲିଯୋଗାଯୋଗ ସଂଘର ସ୍ଥାପନା ଦିବସକୁ ମନେ ପକାଇବା ଲାଗି ଏହି ଦିବସ ପାଳନ କରାଯାଉଛି। ଡିଜିଟାଲ୍ ସାକ୍ଷରତା ବୃଦ୍ଧି କରି ଲୋକଙ୍କୁ ସଶକ୍ତ କରିବା ଏହାର ମୂଳ ଲକ୍ଷ୍ୟ।

ଲୋକଙ୍କ ଭିତରେ ଡିଜିଟାଲ ବିଭାଜନକୁ ଦୂର କରିବା ଓ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଡିଜିଟାଲ ଜ୍ଞାନକୌଶଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ପାରିବ। ଡିଜିଟାଲ୍‌ ଭିତ୍ତିଭୂମିରେ ବିନିଯୋଗ କରି, ଡିଜିଟାଲ୍‌ କୌଶଳ ଉପଲବ୍‌ଧତାକୁ ସୁଗମ କରି ଏବଂ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହିତ କରି ଲୋକଙ୍କୁ ଡିଜିଟାଲ ଦୁନିଆରେ ସଶକ୍ତ କରିବା ସମ୍ଭବ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ସ୍ଥାୟୀ ବିକାଶ ପାଇଁ ଡିଜିଟାଲ୍‌ ନୂତନତ୍ବର ପ୍ରବର୍ତ୍ତନ’। ଅର୍ଥାତ୍‌ ଡିଜିଟାଲ ନବସୃଜନ ସମସ୍ତଙ୍କୁ ସଂଯୋଗ କରିବାରେ ସାହାଯ୍ୟ କରିପାରିବ ଏବଂ ସମସ୍ତଙ୍କ ପାଇଁ ନିରନ୍ତର ସମୃଦ୍ଧିର ପଥ ଖୋଲିଦେବ।