‘ଡିଜିଟାଲ ପେମେଣ୍ଟ; ବ୍ଲୁ ପ୍ରିଣ୍ଟ ଫର ସାଇନିଂ ଇଣ୍ଡିଆ’: ଡିଜିଟାଲ୍ ଦେଣନେଣ ମାଧ୍ୟମରେ ଏକ ସ୍ବଚ୍ଛ ଓ ବିକଶିତ ଭାରତର ପରିିକଳ୍ପନା

କିଛି ବର୍ଷ ତଳେ ଅଳ୍ପ ବ୍ୟବହୃତ ତାଲିକାରେ ଥିବା ‘ଡିଜିଟାଲ୍’ ଶବ୍ଦଟି ଏବେ ପାଲଟି ଯାଇଛି ନିତ୍ୟ ବ୍ୟବହାର୍ଯ୍ୟ। ସକାଳୁ ଶେଯ ଛାଡ଼ିବାଠାରୁୁ ରାତିରେ ବିଛଣାକୁ ଯିବା ପର୍ଯ୍ୟନ୍ତ ଆମେ କରୁଥିବା ଅଧିକାଂଶ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ ସମ୍ପାଦିତ ହେଉଛି। ଦୈନନ୍ଦିନ ଜୀବନରେ ଦେଣନେଣ କ୍ରମଶଃ ବିନା ନଗଦରେ ହୋଇପାରୁଛି। ଜଳଖିଆ ଦୋକାନରେ ଲୋକେ ଏବେ ଆରାମରେ ଫୋନ୍ ପେ’ କି ଗୁଗୁଲ ପେ’ରେ ପୈଠ କରୁଛନ୍ତି। ଛୋଟରୁ ବଡ଼ ସବୁ ଧରଣର ଦେଣନେଣ ଏବେ ଡିଜିଟାଲ ପେ‌ମେଣ୍ଟ ଜରିଆରେ ହେଉଛି। ଆଉ ଏହି ବ୍ୟବସ୍ଥା ନିିଶ୍ଚିତ ଭାବେ ସ୍ବଚ୍ଛ ଓ ସହଜ। ମୋଦୀ ସରକାର ବିମୁୁଦ୍ରୀକରଣ କରିବା ପରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ବ ଦେବା ସହ ଏହାକୁ ପ୍ରୋତ୍ସାହିତ କରିବା ଲାଗି ରିହାତି ଓ ପୁରସ୍କାର ଆଦି ଘୋଷଣା କରିଥିଲେ। ଧିରେ ଧିରେ ଗତ ୫ ବର୍ଷ ମଧ୍ୟରେ ଡିଜିଟାଲ ପେ‌ମେଣ୍ଟ ଦୈନନ୍ଦିନ ଜୀବନର ସବୁ ଦିଗକୁ ଛୁଇଁ ପାରିଲାଣି।

ଏଭଳି ଏକ ପ୍ରେକ୍ଷାପଟ୍ଟରେ ଡା. ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ଡିଜିଟାଲ ପେମେଣ୍ଟ: ବ୍ଲୁ ପ୍ରିଣ୍ଟ ଫର ସାଇନିଂ ଇଣ୍ଡିଆ’ ପ୍ରକାଶ ପାଇଛି। ନୂଆଦିଲ୍ଲୀର ରେଡ୍ ପ୍ଲାୱାର ପବ୍ଲିକେସନ ପକ୍ଷରୁ ପ୍ରକାଶିତ ଏହି ୧୩୨ପୃଷ୍ଠା ସମ୍ବଳିତ ପୁସ୍ତକର ଲେଖକ କିନ୍ତୁ ବୃତ୍ତିରେ ଜଣେ ଡାକ୍ତର। ସେ ଭୁବନେଶ୍ବର ଏମ୍ସରେ ଅର୍ଥୋପେଡିକ୍ସ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ। କେବଳ ସେତିକି ନୁହେଁ, ଭୁବନେଶ୍ବର ସହରର ଜଣେ ଜଣାଶୁଣା ଅସ୍ଥି ବିଶେଷଜ୍ଞ ମଧ୍ୟ । ବହିର ମଲାଟରୁ ପ୍ରଥମେ ସୂଚନା ମିଳେ କି ଆଧୁନିକ ଅର୍ଥନୀତି ସଂପର୍କିତ ଏହି ପୁସ୍ତକ ଜଣେ ଡାକ୍ତର ଲେଖିଛନ୍ତି। କିନ୍ତୁ ପଢ଼ିିବା ପରେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଚିକିତ୍ସା ବୃତ୍ତ‌ିିରେ ଥିବା ଲେଖକ ଖୁବ ପ୍ରାଞ୍ଜଳ ଭାବେ ଡିଜିଟାଲ ପେମେଣ୍ଟର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଛନ୍ତିି। ମୁଖ୍ୟତଃ ଡିଜିଟାଲ ପେମେଣ୍ଟ ଯୋଗୁଁ କିଭଳି ଆମର ବ୍ୟକ୍ତିଗତ, ସାମାଜିିକ, ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ଜୀବନରେ ସ୍ବଚ୍ଛତା ଆସିପାରିିବ,ତାହା ଉପସ୍ଥାପନ କରିିଛନ୍ତି।

ଲେଖକଙ୍କ ମତରେ ଭାରତୀୟ ଦେଣନେଣ ବ୍ୟବସ୍ଥା‌ରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବା ଦରକାର। ଯାହାଦ୍ବାରା ନଗଦ କାରବାର ମାତ୍ର ୧୦ପ୍ରତିଶତରେ ସୀମିତ ରହିବ। ଏହା ଫଳରେ ସମସ୍ତ ଆର୍ଥିକ କାରବାରରେ ସ୍ବଚ୍ଛତା ଆସିବ, ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ। କଳାଧନ ଲୋପ ପାଇବ, ସରକାରୀ ପାଣ୍ଠିର ସୁବିନିଯୋଗ ହେବ,କରଦାତାଙ୍କ ସଂଖ୍ୟା ବଢ଼ିବ, ସମସ୍ତେ ନିଜର ରୋଜଗାର ଅର୍ଥକୁ ସାବଧାନତାର ସହ ଖର୍ଚ୍ଚ କରିବେ। କଳାଧନ ପରିମାଣ ହ୍ରାସ ଫଳରେ ବିିଭିନ୍ନ ସାମଗ୍ରୀର ଦରଦାମ ହ୍ରାସ ପାଇବ, ଟଙ୍କାର ମୂଲ୍ୟ ବଢ଼ିବ, ସରକାରୀ ଯୋଜନାର କାର୍ଯ୍ୟକାରୀତା ତ୍ବରାନ୍ବିତ ହେବ, ବ୍ୟାଙ୍କରେ ଜମା ବୃଦ୍ଧି ପାଇବ ଏବଂ ସଚ୍ଚେଟପଣିଆକୁ ସ୍ବୀକୃତି ମିଳିବ।

‘ଡିଜିଟାଲ ପେମେଣ୍ଟ: ବ୍ଲୁ ପ୍ରିଣ୍ଟ ଫର ସାଇନିଂ ଇଣ୍ଡିଆ’ ପୁସ୍ତକରେ ଲେଖକ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି, ତାହା ହେଲା- ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ବହୁଳ ବ୍ୟବହାର ଦ୍ବାରା ଦେଶର ଅର୍ଥନୀତିର ବିକାଶ ଘଟିବ ଓ ଭାରତ ବିଶ୍ବର ଶୀର୍ଷ ୧୦ଦେଶ ମଧ୍ୟରେ ରହିପାରିବ। ସଂକ୍ଷେପରେ କହିବାକୁ ଗଲେ,ଏକ ଉଜ୍ଜ୍ବଳ ତଥା ଜାଜ୍ବଲ୍ୟମାନ ଭାରତର ପରିିକଳ୍ପନା କିଭଳି ଡିଜିଟାଲ ପେମେଣ୍ଟ ଜରିଆରେ ସମ୍ଭବ ତାହାର ଏକ ନକ୍ସା ପୁସ୍ତକ ମାଧ୍ୟମରେ ଉପସ୍ଥାପିତ କରିଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ପାତ୍ର।

ସମ୍ବନ୍ଧିତ ଖବର