କୌଣସି ସ୍ଥାନରୁ ସାହାଯ୍ୟ ନପାଇ ରାସ୍ତାପାର୍ଶ୍ବରେ ଚା’ ଓ ପରଟା ବିକି କଷ୍ଟରେ ଗୁଜୁରାଣ ମେଣ୍ଟାଉଛନ୍ତି ବୃଦ୍ଧା

ନୂଆଦିଲ୍ଲୀ: କିଛି ଦିନ ତଳେ ଦିଲ୍ଲୀର ମାଲବୀୟ ନଗରରେ ଅବସ୍ଥିତ ‘ବାବା କା ଢାବା’କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା। ‘ବାବା କା ଢାବା’ ଚଳାଉଥିବା ବୃଦ୍ଧ ଦମ୍ପତ୍ତି କରୋନା ମହାମାରୀ ହେତୁ ଢାବା ପ୍ରାୟ ବନ୍ଦ ହୋଇଯାଇଥିବାର ଦୁଃଖ ଜଣାଇଥିଲେ। ଏହି ଭିଡିଓ ରାତାରାତି ଭାଇରାଲ ହେବା ସହ ବୃଦ୍ଧ ଦମ୍ପତ୍ତିଙ୍କ ଢ଼ାବାକୁ ଲୋକଙ୍କ ସୁଅ ଛୁଟିଥିଲା।

ଏହି ବୃଦ୍ଧ ଦମ୍ପତ୍ତିଙ୍କ ଭିଡିଓ ଭାଇରାଲ ହେବା ଦିନଠାରୁ ଛୋଟ ଦୋକାନ ଚଲାଉ ଥିବା ଗରିବ ଦେକାନୀଙ୍କୁ ଲୋକଙ୍କ ନଜକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି। ନିକଟରେ ଜଳନ୍ଧରରୁ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ମହିଳାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କିପରି କଷ୍ଟରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ତାହା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦିଲଜିତ ଦୋସାନଝା ସମେତ ଅନେକ ତାରକା ସେୟାର କରିଛନ୍ତି ଏବଂ ବୃଦ୍ଧ ମହିଳାଙ୍କୁ ସାହାଯ୍ୟ କରିବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି |

 

ଭିଡିଓରେ ମହିଳା ଜଣକ କହୁଛନ୍ତି, ଦିନକୁ ଦୁଇ ମୁଠା ଖାଇବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଛି। ସ୍ୱାମୀଙ୍କର ଦେହାନ୍ତ ପରେ ତାଙ୍କୁ କେହି ବି ସାହାଯ୍ୟ କଲେ ନାହିଁ। ପେଟକୁ ଦାନା ଦେବା ପାଇଁ ସେ ବାଧ୍ୟ ହୋଇ ରାସ୍ତା ପାର୍ଶ୍ବରେ ଥିବା ଏକ ଛୋଟ ସ୍ଥାନରେ ପାରଟା ଏବଂ ଚା ବିକ୍ରି କରୁଛନ୍ତି। ଏଥିରୁ ଯେତିକି ବି ସେ ରୋଜଗାର କରନ୍ତି ସେଥିରେ ଚଳିବା ପାଇଁ ତାଙ୍କୁ ବହୁତ ଅସୁବିଧା ‌‌ହୋଇଥାଏ।।

ସମ୍ବନ୍ଧିତ ଖବର