୮ କୋଟି ବର୍ଷ ପୂର୍ବେ ବତକ ଥୋଡ଼ି ଆକୃତିର ମୁଣ୍ଡବିଶିଷ୍ଟ ଡାଇନୋସର ପୃଥିବୀରେ ବିଚରଣ କରୁଥିଲେ

ପ୍ରାୟ ୮ କୋଟି ବର୍ଷ ପୂର୍ବେ ବତକ ଥୋଡ଼ି ଆକୃତିର ମୁଣ୍ଡବିଶିଷ୍ଟ ଡାଇନୋସର ପୃଥିବୀରେ ବିଚରଣ କରୁଥିଲେ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ସିଷ୍ଟମେଟିକ୍‌ ପାଲିଓଣ୍ଟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଆମେରିକାର ବିଗ୍‌ ବେଣ୍ଡ୍‌ନ୍ୟାସ୍‌ନାଲ ପାର୍କରୁ ଠାବ କରାଯାଇଥିବା ବତକ ଥୋଡ଼ି ଆକୃତି ବିଶିଷ୍ଟ ଡାଇନୋସରର ଖପୁରି ଉପରେ ଗବେଷକମାନେ ଆଲୋଚନା କରିଥିଲେ। ଏହାର ନାମ ଦେଇଥିଲେ ଆକ୍ୱିଲାରହିନ୍‌ସ ପାଲିମେଣ୍ଟସ୍‌। ଗରୁଡ଼ ପକ୍ଷୀ ଭଳି ନାକ ଓ ଚଉଡ଼ା ଥୋମଣି ପାଇଁ ତା’ର ଏପରି ନାମକରଣ ହୋଇଛି। ଦୁଇପାର୍ଶ୍ୱର ଆକାର ଦୁଇଟି ଧାରୁଆ ଛୁରି ଭଳି ହୋଇଛି। ୮୦ ଦଶକରେ ଆମେରିକାର ଟେକ୍‌ ୟୁନିଭର୍ସିଟିର ପ୍ରଫେସର ଟମ୍‌ ଲେହମ୍ୟାନ୍‌ ଏହି ଡାଇନୋସର୍‌ କିଛି ନଷ୍ଟ ହୋଇଯାଇଥିବା ହାଡ଼ ଆବିଷ୍କାର କରିଥିଲେ। ଏହି ବତକ ଥୋଡ଼ି ଡାଇନୋସର୍‌ ମେସୋଜୋଇକ୍‌ ଯୁଗ ଶେଷ ବେଳର ଅତି ପରିଚିତ ତୃଣଭୋଜି ଜୀବ ଥିଲା ବୋଲି ସେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର