ସାମୁଦ୍ରିକ ପ୍ରାଣୀଙ୍କ ଦିଗନିର୍ଣ୍ଣୟ

ବିଶାଳ ସମୁଦ୍ରର ଅଗଭୀର ଜଳରାଶି ଭିତରେ ସନ୍ତରଣ କରୁଥିବା ସାମୁଦ୍ରିକ ପ୍ରାଣୀମାନେ କିପରି ବିଭିନ୍ନ ସ୍ଥାନ ଠାବ କରିପାରନ୍ତି, ତାହା ଭାବିଲା ବେଳକୁ ମନକୁ ଆଶ୍ଚର୍ଯ୍ୟ ଲାଗିପାରେ। ମାତ୍ର ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କରାଯାଇଥିବା ଗବେଷଣାରୁ ଏ ସମ୍ପର୍କରେ ଏକ ନୂତନ ତଥ୍ୟ ସାମନାକୁ ଆସିଛି। ବିଶେଷ କରି କଇଁଛ ଓ ସାଲମନ୍ ପରି ସାମୁଦ୍ରିକ ପ୍ରାଣୀମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଅନୁସରଣ କରି ସେମାନଙ୍କ ଦିଗ ନିର୍ଣ୍ଣୟ କରିଥା’ନ୍ତି ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଲକ୍ଷ ଲକ୍ଷ ବର୍ଷ ତଳୁ ଭୂଗର୍ଭରେ ରହିଥିବା ବିଭିନ୍ନ ଖଣିଜ ପଦାର୍ଥର ସମାହାର ଯୋଗୁଁ ଏପରି ଏକ ଭୂଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇ ତାଙା ଏଯାଏ ଜାରି ରହିଛି। ଏହି ଭୂଚୁମ୍ବକର ଅନ୍ୟ ଭୌତିକ ଚୁମ୍ବକ ଅନୁରୂପ ଉତ୍ତର ଓ ଦକ୍ଷିଣ ମେରୁ ପରି ଦୁଇଟି ମେରୁ ରହିଛି, ଯାହା ଯଥାକ୍ରମେ ଦକ୍ଷିଣ ଓ ଉତ୍ତର ଦିଗକୁ ସାମାନ୍ୟ ଢଳି କରି ରହିଥାଏ। ଆମେ ଭୂପୃଷ୍ଠ ଉପରେ ଥାଇ ସିନା ସୂର୍ଯ୍ୟର ଅବସ୍ଥିତି ବା ରାତିରେ ଚନ୍ଦ୍ର ଅଥବା ବିଭିନ୍ନ ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତିକୁ ଲକ୍ଷ୍ୟ କରି ଦିଗ ନିର୍ଣ୍ଣୟ କରିପାରିଥା’ନ୍ତି, ମାତ୍ର ଏହି ସାମୁଦ୍ରିକ ପ୍ରାଣୀଙ୍କ ପାଇଁ ଦିଗ ନିର୍ଣ୍ଣୟର ମାଧ୍ୟମ ହେଉଛି ଏହି ଭୂଚୁମ୍ବକ ବୋଲି ଗବେଷକମାନେ ପ୍ରମାଣ ପାଇଛନ୍ତି। ତଦନୁସାରେ ଏହି ପ୍ରାଣୀମାନେ ପାଣି ଭିତରେ ବିଭିନ୍ନ ସ୍ଥାନକୁ ଗତି କରିଥା’ନ୍ତି। ତେବେ ଏହି ଚୁମ୍ବକୀୟ କ୍ଷେତ୍ରକୁ ଅନୁଭବ କରିବା ହିଁ ହେଉଛି ସେମାନଙ୍କର ବିଶେଷ ଗୁଣ ଯାହା ଆମେ ସାଧାରଣତଃ ପ୍ରଦର୍ଶନ କରିପାରିନଥାଉ।

ସମ୍ବନ୍ଧିତ ଖବର