ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଏକ ଗ୍ରାମରେ ବିକଳାଙ୍ଗ କୁକୁର ଏକ ନୀରିହ ଶିଶୁର ଜୀବନ ବଞ୍ଚାଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି କୁକୁରଟିର ନାମ ପିଙ୍ଗପୋଙ୍ଗ। ଦିନେ କାର ଧକ୍କା ଖାଇବା ହେତୁ ସେ ତାର ଗୋଟେ ଗୋଡକୁ ହରାଇ ବସିଥିଲା। ବିକଳାଙ୍ଗ ହେବା ସତ୍ତ୍ୱେ ବି ସେ ଏଭଳି କାମ କରିଛି ଯେଉଁଥିପାଇଁ ଚର୍ଚ୍ଚାର ପରିସରରେ ରହିଛି ଏହି କୁକୁର।

Advertisment

publive-image The Guardian

ପିଙ୍ଗପୋଙ୍ଗ ମାଲିକଙ୍କ କହିବାନୁସାରେ ସେ ଅନେକ ସମୟ ଧରି ଗୋଟିଏ ସ୍ଥାନକୁ ଖୋଳିବାକୁ ଲାଗିଥିଲା। କିଛି ସମୟ ପରେ ତାଙ୍କ ନବଜାତ ଶିଶୁର ଗୋଡ ଦେଖିବାକୁ ମିଳିଥିଲା। ଏହାପରେ ପିଙ୍ଗପୋଙ୍ଗ ସାହାଯ୍ୟରେ ଗ୍ରାମରଲୋକେ ନବଜାତ ଶିଶୁକୁ ମାଟିତଳୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଜଣାପଡ଼ିଲା ଶିଶୁଟିର ଏଭଳି ଅବସ୍ଥା ଅନ୍ୟ କେହି ନୁହେଁ ବରଂ ତାହାର ନିଜ ମା’ ଏପରି କରିଥିଲା। ଶିଶୁର ମା’ ଅଳ୍ପ ବୟସରେ ଅନ୍ତସତ୍ତ୍ୱା ହୋଇ ଗର୍ଭବତୀ ହୋଇଯାଇ ଶିଶୁକୁ ଜନ୍ମ ଦେଇଥିଲା। ଏହାପରେ ସେ ଶିଶୁକୁ ନିଜ ଠାରୁ ଦୂର କରିବା ପାଇଁ ଗାଢ଼ ଖୋଳି ଶିଶୁକୁ ସେଠାରେ ପୋତି ଦେଇଥିଲା। ପୁଲିସରେ ଏନେଇ ମାମଲା ମଧ୍ୟ ରୁଜୁ କରାଯାଇଛି।